ହେଡଲାଇନସ୍:

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ ହୋଇଯାଇଛି । ସେ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ଥିବା ଅବସ୍ଥାରେ ବୁଧବାର ରାତ୍ରରେ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା ସାମ୍ୱାଦିକ ଓ ଜିଲ୍ଲା ପ୍ରଶାସନରେ ଶୋକର ଛାୟା ଖେଳାଇ ଦେଇଛି । ସେ ଜଣେ ଏକା ଧାରାରେ ଜଣେ ମେଳାପି ଓ ମିଷ୍ଟଭାଷୀ ଥିଲେ । ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ଗଜପତି ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ।  ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି।

0
0
0
s2sdefault