ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଘୁ.ଉଦୟଗିରି ଠାରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ଠାରେ କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇ ଥିବା ସମୟରେ ସ୍ଥାନୀୟ SDPO ଜୟ କୃଷ୍ଣ ବେହେରା ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଲାଠି ଧରି ଗୋଡ଼ାଇ ଥିଲେ I ଯାହାକୁ ନେଇ ସ୍ଥାନୀୟ ସାମ୍ବାଦିକ ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି I
ଘଟଣା ଅନୁସାରେ ରବିବାର ସନ୍ଧ୍ୟାରେ ଘୁ.ଉଦୟଗିରି SDPOଙ୍କ କାର୍ଯ୍ୟାଳୟକୁ ଘୁ.ଉଦୟଗିରି ପଠାଣ ସାହିର ପାଲେ ଖାନ ନାମକ ଯୁବକ ନିଜ ପରିବାର ସହ ଅଭିଯୋଗ ପତ୍ର ଜଣେ କର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦାଖଲ କରିବାକୁ ଯାଇଥିଲେ I ଖବର ପାଇ କର୍ଯ୍ୟରତ ସମ୍ବାଦିକ ବିଦ୍ୟାଧର ନାୟକ,ଗଗନ କୁମାର ପ୍ରଧାନ ଏବଂ ସାମନ୍ତ ଶେଖର ନାୟକ ଘୁ. ଉଦୟଗିରି SDPOଙ୍କ କାର୍ଯ୍ୟାଳୟକୁ ଯାଇଥିଲେ I ସ୍ଥାନୀୟ SDPO ଏବଂ ଅଭିଯୋଗକାରୀ ଯୁବକଙ୍କ ମଧ୍ୟରେ ଆଲୋଚନା ସରିବା ପରେ ସାମ୍ବାଦିକମାନେ ଅଭିଯୋଗକାରୀଙ୍କ ମତାମତ ଗ୍ରହଣ କରିଥିଲେ I ଅଭିଯୋଗକାରିଙ୍କ ମତାମତ ଗ୍ରହଣ ପରେ ଘୁ.ଉଦୟଗିରି SDPOଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲେ I ଏତିକି ବେଳେ SDPO ଜୟ କୃଷ୍ଣ ବେହେରା ପ୍ରଥମେ ସମ୍ବାଦିକଙ୍କୁ ତମେ ମୋ......ର ସାମ୍ବାଦିକ, ..... ପୁଅ ମାନେ ବେଶି ସମ୍ବାଦିକ.....ହେଉଛ ଇତ୍ୟାଦି ବହୁ ଆସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପ୍ରଥମେ ସାମନ୍ତ ଶେଖର ନାୟକଙ୍କୁ କର୍ଣ୍ଣ ମୁଳିରେ ଶକ୍ତ ଚାପୁଡ଼ା ମାରି ମୋବାଇଲ ଛଡ଼େଇ ନେବା ପାଇଁ ଉଦ୍ୟମ କରିଥିଲେ I ସେହି ଭାଷା ଲେଖିବା ଆମ ପାଇଁ ସମ୍ଭବ ହେଉ ନାହିଁ I ତାପରେ ସାମନ୍ତ ଶେଖର ନାୟକ ଏବଂ ବିଦ୍ୟାଧର ନାୟକଙ୍କୁ ଲାଠି ଧରି ମାଡ଼ ମାରିବା ପାଇଁ ଗୋଡ଼ାଇ ଥିଲେ I ଦୁଇ ସାମ୍ବାଦିକ ଭୟରେ ସେଠାରୁ ଦୌଡ଼ି ପଳାଇ ଥିଲେ I ଯାହାକୁ ନେଇ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଆସନ୍ତୋଷ ପ୍ରକାଶ ପାଇଛି I ଘଟଣାକୁ ନେଇ ଘୁ.ଉଦୟଗିରି ସମ୍ବାଦିକ ଆରକ୍ଷୀ ଅଧିଖ୍ୟଙ୍କୁ ସୋମବାର ଦିନ ସାକ୍ଷାତ କରି ଅଭିଯୋଗ କରିବା ସହ ଆକ୍ରମଣକାରୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ଉକ୍ତ ଘଟଣାକୁ ନେଇ ବରିଷ୍ଠ ସମ୍ବାଦିକ ଅରୁପ ଜେନା, ଫିଲିମନ ନାୟକ, ଫିଲିପ କୁମାର ଦିଗାଲ, ପ୍ରମୋଦ ଦଣ୍ଡସେନା, ବିକ୍ରମ ଦିଗାଲ, ମନୋଜ ନାୟକ, ଆଇଜାକ ପ୍ରଧାନ, ଗୁପ୍ତ ପ୍ରଧାନଙ୍କ ସମେତ ଜିଲ୍ଲାର ଅନ୍ୟ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଆସନ୍ତୋଷ ପ୍ରକାଶ ପାଇବା ସହ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଡ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି I ଏହା ସହ ଅନ୍ତରଜାତୀୟ ମାନବାଧିକାର ଓଡିଶା ଶାଖାର ଚେୟାରମ୍ୟାନ ସୁରେଶ କୁମାର ପତି ଏହି ଘଟଣାକୁ ଦୃଡ ନିନ୍ଦା କରିବା ସହ କୋଠର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ଯଦି ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟି ନ ଦିଅନ୍ତି, ତାହା ହେଲେ ଆଗାମୀ ଦିନରେ ସମ୍ବାଦିକ, ମାନବାଧିକାର କର୍ମୀ ରାଜ ରାସ୍ତାକୁ ଓଲ୍ହାଇ ନ୍ୟାୟ ପାଇବା ପାଇଁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି I