ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କୋମଣ୍ଡ ମକର ପଦା ଖଟେଇ ସାହିର ରମେଶ ବେହେରା(୫୦)ଙ୍କ ଅକାଳରେ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତ କାରଣରୁ ମୃତ୍ୟୁ ବୋଲି ସ୍ଥାନୀୟ ଅଂଚଳରେ ସନ୍ଦେହ ପ୍ରକାଶ ପାଇଛି । ସୁରଥରୁ ଆସିବା ପରେ କୋମଣ୍ଡ ସଂଗରୋଧରେ ରହି ଘରକୁ ଫେରିଥିଲେ । ଗତ ୭/୮ ଦିନ ହେବ ତାଙ୍କୁ ଜ୍ୱର ହୋଇଥିଲା । କଂଟେନମେଂଟ ଅଂଚଳ ଘୋଷଣା ହୋଇଥିବା କାରଣରୁ ସେ ବାଘୁଆ ଛକରୁ ଔଷଧ କିଣି ଖାଉଥିଲେ । ଗୁରୁତର ହେବାରୁ ଆଜି ତାଙ୍କୁ ଓଡ଼ଗାଁ ଡାକ୍ତରଖାନା ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଗୋଷଣା କରିଥିଲେ । ତାଙ୍କର ସବ ସତ୍କାର ସରିଥିଲେ ମଧ୍ୟ କରୋନା ଜନିତ କାରଣରୁ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଂଚଳରେ ସନ୍ଦେହ ପ୍ରକାଶ ପାଇଛି । ଘରେ ତାଙ୍କର ୨ପୁଅ, ଝିଅ ଏବଂ ସ୍ତ୍ରୀଙ୍କ ସ୍ୱାବ ପରୀକ୍ଷା କରିବା ପାଇଁ ଦାବୀ ହେଉଛି । ଅନ୍ୟ ପକ୍ଷରେ କରୋନା ସଂକ୍ରମଣର କୈାଣସି ଲକ୍ଷଣ ନଥିବା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଏଠାରେ ସୁଚନାଯୋଗ୍ୟଯେ ସୁନାମୁହିଁରେ ଏଭଳି ଏକ ଘଟଣାରେ ପରିବାରର ଅନ୍ୟମାନଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ।