ହେଡଲାଇନସ୍:

କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗ : ଜେ.ଡଙ୍ଗପଦର ପଞ୍ଚାୟତର ନାଏବ ସରପଂଚ ନିଲମ୍ବିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) -କୋଭିଡ-୧୯ ନିୟମ ଓ କଟକଣାର ଉଲ୍ଲଂଘନ କରିଥିବାରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜେ.ଡଙ୍ଗପଦର ପଞ୍ଚାୟତର ନାଏବ ସରପଂଚ କୃଷ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ବୋଲି ପଚାଂୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ବଢି ବଢି ଚାଲିଥିବା ବିଶେଷ କରି ଗଞ୍ଜାମ ଜିଲ୍ଲାର ପରିସ୍ଥିତି ଉଦବେଗ ଜନକ ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଲାଗୁ କରାଯାଇ ପରିସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ ଜାରି ରହିଛି । ଏଭଳି ସମୟରେ ସଂପୃକ୍ତ ନାଏବ ସରପଂଚ ଶ୍ରୀ ଜେନା ସମସ୍ତ କଟକଣା ଓ ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ଏକ ସମାବେଶ ଆୟୋଜନ କରିଥିଲେ । ଏ ସଂକ୍ରାନ୍ତୀୟ ଏକ ଭିଡିଓ ଭାଇରାଲ ହେବା ସହିତ ବିଭିନ୍ନ ଗଣାମାଧ୍ୟମରେ ମଧ୍ୟ ପ୍ରଚାର ପ୍ରସାର ହୋଇଛି । ଏ ନେଇ ଘଟଣାର ତଦନ୍ତ କରାଯିବା ସହିତ ନାଏବ ସରପଂଚ ଶ୍ରୀ ଜେନା ଓ ତାଙ୍କର ସହଯୋଗୀ ମାନଙ୍କ ବିରୁଦ୍ଧରେ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ରାଜ୍ୟ ସରକାର ନାଏବ ସରପଂଚ ଶ୍ରୀ ଜେନାଙ୍କୁ ନିଲମ୍ବନ କରିଛନ୍ତି । ଇତି ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂଜକ ଏବଂ ଶ୍ରୀ ଜେନାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ ।

 

0
0
0
s2sdefault