ହେଡଲାଇନସ୍:

ସାବାସ ଗଜପତି ପୋଲିସ : ନାବାଳିକା ଦୁଷ୍କର୍ମକାରୀଙ୍କ ବିଳମ୍ବ ହେଲେ ବି  ଧରିଲା ହାଇଦ୍ରାବାଦରୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

28-04-18-gajapati.jpg - 62.88 kB

ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ନାବାଳିକା ପ୍ରତି ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗଜପତି ପୋଲିସ (ଗୁରାଣ୍ଡିଥାନା ପୋଲିସ) ସୁଦୂର ହାଇଦ୍ରାବାଦରୁ ଗିରଫ କରି  ଯାବତୀୟ ପରିକ୍ଷା ନିୀରୀକ୍ଷା ପରେ କୋର୍ଟ ଚାଲାଣ କରିଛି  ବୋଲି  ପାରଳାଖେମୁଣ୍ଡି ଏସଡିପିଓ   ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

ଶ୍ରୀ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ ଗୋଷାଣି ନୂଆଗାଁ   ଗୁରାଣ୍ଡି ଥାନା  ଅନ୍ତର୍ଗତ ଘୋରଣୀ ଗ୍ରାମର  ହରିଜନ ସାହିରେ  ରହୁଥିବା  ନନ୍ଦ  ପାଣି ତା ସ୍ତ୍ରୀ ସହିତ ଦାଦନ ଖଣିବାକୁ  ଚେନ୍ନାଇ  ଯାଇଥିଲେ  । ଘରେ ତାଙ୍କ ଦୁଇ ଝିଅ    ଜେଜେମା ସହିତ ରହୁଥିଲେ  । ହେଲେ ଗତ  ଫେବୃୟାରୀ ୧୯ ତାରିଖରେ ନିଜ ସମ୍ପର୍କୀୟଙ୍କ  ଏକ ବାହାଘରରେ  ଯୋଗ ଦେବା ପାଇଁ ଜେଜେମା  ଦୁଇ ନାତୁଣୀକୁ  ଘରୋ ଛାଡି ଗୁମ୍ମା  ଚାଲିଯାଇଥିଲେ  । ଏହାର ସୁଯୋଗ ନେଇ    ଦୁଇ ଝିଅ ଶୋଇଥିବା ବେଳେ ସମ୍ପର୍କିୟ ମଉସା କୁଶ ରାଉଳ(୩୨)  ଘରର ଖୋଲା   ଝରକା ବାଟେ ଘରେ ପ୍ରବେଶ କରି ଦୁଷ୍କର୍ମ କରିଥିଲା  ।  ପାଟି ଖୋଲିଲେ ଜୀବନରେ ମାରିଦେବି ବୋଲି ସେଠାରୁ ଧମକ ଦେଇ  ଚାଲିଯାଇଥିଲା  । ଏ ଘଟଣା ଜାଣିବା ପରେ  ନାବାଳିକାର ବାପା  ନନ୍ଦପାଣି  ଗାଁରେ ପଞ୍ଚୁଆତିରେ ଜଣାଇଲେ  । ସେଠାରେ ସଭା ହେବା ପରେ  କୁଶ ରାଉଳର ମା  ଓ ଶାଳୀ ଗାଁ ପଞ୍ଚୁଆତିରେ ପାଞ୍ଚଦିନ ଭିତରେ ହାଜର କରାଇବୁ ବୋଲି କଥା ଦେଇଗଲେ  । ହେଲେ ତାହା ନହେବାରୁ  ମାର୍ଚ୍ଚ ୨ ତାରିଖରେ ଗୁରାଣ୍ଡି ଥାନାରେ ଅଭିଯୋଗ  କଲେ ପିଡିତାଙ୍କ ବାପା  । ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଗୁରାଣ୍ଡି ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓ ତଦନ୍ତ ଆରମ୍ଭ କରିଥିଲେ  ।  ଅଧିକ ଦିନ ବିତି  ଯାଇଥିବା ଯୋଗୁ ଅଭିଯୁକ୍ତ କୁଶା ଫେରାର ହୋଇଯାଇଥିଲା  । ହେଲେ ପୋଲିସ ପକ୍ଷରୁ ତାକୁ ଟ୍ରେସିଂ କରିବାକୁ ଉଦ୍ୟମ କରାଯାଉଥିଲା  । ଶେଷରେ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ କୁଶାକୁ  ହାଇଦ୍ରାବାଦରୁ ଗିରଫ କରିଥିଲା   । 

ଏ  ଘଟଣା ସମ୍ପର୍କରେ ତାକୁ ଅଧିକ ପଚରାଉଚୁରା କରିବା ଡାକ୍ତରୀମାଇନା କରି କୋର୍ଟ  ଫରୱାଡ କରାଯିବ ବୋଲି ପାରଳାଖେମୁଣ୍ଡି ଥାନାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏଏସପି   ଶ୍ରୀ ପାତ୍ର, ସୂଚନା ଦେଇଥିଲେ  । ଏହି ସାମ୍ବାଦିକ ସମ୍ମିଳନୀରେ ଗୁରାଣ୍ଡି ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ  ଓ ଏଏସଆଇ ଲଳିତ ମୋହନ ଦାସ ଉପସ୍ଥିତ ଥିଲେ  ।  

0
0
0
s2sdefault