ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୩ ରାତିରେ ବାରିପଦା ସହରର ୱାଡର଼୍ ନଂ ୨୪ ଭୁଗୁଡ଼ାକଟା ଅଞ୍ଚଳରେ ଯୌତୁକ ଦାବିରେ ବଧୂ ହତ୍ୟା ହୋଇଥିବା ବିଷୟକୁ ନେଇ ସ୍ଥାନୀୟ ଝିଞ୍ଜିରିବନ୍ଧ ଅଞ୍ଚଳର ଝିଅର ମା କ୍ରିର୍ଷ୍ଣା ଭଟ୍ଟାଚାର୍ଯ୍ୟ(୫୫) ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କ୍ରିର୍ଷ୍ଣା ଭଟ୍ଟାଚାର୍ଯ୍ୟଙ୍କ ଅଭିଯୋଗ ଆଧାରରେ ୫ ବର୍ଷ ପୂର୍ବେ ତାଙ୍କ ଝିଅ ପିଙ୍କି(୨୩) ଭୂଗୁଡ଼ାକଟା ଅଞ୍ଚଳ ଅଶୋକ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଯାଇଥିଲା । ଫଳରେ ଅଧିକାଂଶ ସମୟରେ ଝିଅ ପିଙ୍କି ଶ୍ୱଶୁର ଘର ଛାଡ଼ି ମା କ୍ରିଷ୍ଣାଙ୍କ ଘରକୁ ପଳାଇ ଆସୁଥିଲେ ଏବଂ ସ୍ୱାମୀ ପ୍ରଶାନ୍ତ ଆସି ନିଜର ଭୂଲ ମାଗି ପିଙ୍କିକୁ ସାଥୀରେ ନିଜ ଘରକୁ ଫେରାଇ ନେଇଯାଉଥିଲେ । କିନ୍ତୁ ଆଜକୁ ୧୫ ଦିନ ହେବ ସ୍ୱାମୀ ପ୍ରଶାନ୍ତ ବେହେରା ପିଙ୍କିକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଘରୁ ବାହାର କରିଦେଇଥିଲେ । ନିରୂପାୟ ହୋଇ ପିଙ୍କି ନିଜ ମାଙ୍କ ନିକଟକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ତିନି ଦିନ ପରେ ପିଙ୍କିର ନଣଦ ଅର୍ଥାତ୍ ପ୍ରଶାନ୍ତଙ୍କ ଭଉଣୀ ଆସି କ୍ରିଷ୍ଣା ଭଟ୍ଟାଚାର୍ଯ୍ୟଙ୍କ ଘରେ ପହଁଞ୍ଚି ପିଙ୍କିକୁ ବୁଝାସୁଝା କରି ଘରକୁ ଫେରାଇ ନେଇଯାଇଥିଲେ । ଏହାପରେ ଆଜି ସକାଳ ପ୍ରାୟ ୮ଟା ସମୟରେ ପିଙ୍କିର ନଣଦେଇ(ପ୍ରଶାନ୍ତଙ୍କ ଭିଣୋଇ) ହେମନ୍ତ ବେହେରା ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ରହିଛି, ତାଙ୍କୁ ବାରିପଦା ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଖବର ଦେବା ପରେ ମା କ୍ରିଷ୍ଣା ହସପିଟାଲରେ ପହଁଞ୍ଚି ଝିଅର ମଲା ଶରୀରକୁ ଦେଖିଥିଲେ । ଏହାପରେ ତାଙ୍କ ଝିଅ ପିଙ୍କି ଅସୁସ୍ଥ ହୋଇ ମରି ନାହିଁ, ତାକୁ ଏକ ସୁଚିନ୍ତିତ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ମା କ୍ରିଷ୍ଣା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ ବେହେରା, ହେମନ୍ତ ବେହେରା ଓ ହେମନ୍ତଙ୍କ ସ୍ତ୍ରୀଙ୍କ ନାମରେ କେଶ ନଂ ୪୨୧/୨୦୨୦ ଓ ଆଇପିସି ଧାରା ୪୯୮(ଏ)/ ୩୦୨/୩୪ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଏଥି ସହିତ ପୁଲିସ ହସପିଟାଲରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସଂଗେସଂଗେ ସାଇଣ୍ଟିଫିକ ଟିମ ଡ଼କାଇ ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ସମସ୍ତ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ।
ଅଘଟଣ
ଯୌତୁକ ବାବିରେ ବଧୂ ହତ୍ୟା ଅଭିଯୋଗ
- Hits: 413