ହେଡଲାଇନସ୍:

ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ : ହତ୍ୟା ନା ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଜୁଲାଇ ୨ରେ ଗୁରୁବାର ସନ୍ଧ୍ୟାରେ ଏକ ପଳାଶ ଗଛରେ ଜନୈକ ଦଶମ ଶ୍ରେଣୀରେ ଅଧ୍ୟୟନରତ ନାବାଳିକା ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହକୁ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ଉଠିଛି ପ୍ରଶ୍ନ । ପାରିପାର୍ଶ୍ଵିକ  ଅବସ୍ଥାକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ମାମଲା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । ତେବେ ସ୍ଥାନୀୟ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ତଥା ବେତନଟୀ ଥାନା ଅନ୍ତର୍ଗତ ହାତୀକୋଟ ପଞ୍ଚାୟତ କଷାଡ଼ାହି ଗ୍ରାମଠାରୁ ପ୍ରାୟ ୨ ମିଟର ବ୍ୟବଧାନରେ  ଥିବା ପଳାଶ ଗଛର ଡ଼ାଳରେ ଏକ ନାବାଳିକା ଛାତ୍ରୀର ଝୁଲନ୍ତା ଶବକୁ ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇଥିଲେ । ଖବର ପାଇ ବେତନଟୀ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରିଥିଲା । ଏହି ସମୟରେ ନାବାଳିକା ଛାତ୍ରୀର ପାଦ ମାଟିକୁ ଲାଗିଥିବାର ଦେଖିବାକୁ ମିଳିଥିଲା । ସେହିପରି ଫାଶୀ ହେବା ପରବର୍ତ୍ତୀ ସମୟର ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳି ନ ଥିଲା । ଫାଶୀ ଲଗାଇ ମରୁଥିବା ବ୍ୟକ୍ତି ନିକଟରେ ଝାଡ଼ା ଓ ପରିଶ୍ରା କରିପକାଇ ଥାନ୍ତି । ସେହିପରି ନିଜ ଜିଭକୁ କାମୁଡ଼ି ପକାଇଥାନ୍ତି, ହାତ ଓ ପାଦ ସିଧାସଳଖ ଭାବେ ରହିବା ସାଙ୍ଗକୁ  ହାତର ପାପୁଲି ମୁଠା ହୋଇଥାଏ, ପାଦର ଗୁଇଠିଁରୁ ଆଙ୍ଗୁଳି ଅଂଶ ତଳକୁ ସିଧା ହୋଇ ରହିଥାଏ । ବେକରେ ଦୌଡ଼ିରେ ପଡ଼ିଥିବା ଗଣ୍ଠି କାନ ନିକଟକୁ ଚାଲି ଆସୁଥିବା ସମୟରେ ମୁଣ୍ଡଟି ବିପରୀତ ଦିଗକୁ ଢ଼ଳି ରହିଥାଏ ଏବଂ ବେକର ଚାରି ପାଶ୍ୱର୍ରେ ଏକ କଳା ଦାଗ ଦେଖିବାକୁ ମିଳିଥାଏ । ଫାଶୀ ହେଉଥିବା ଲୋକଙ୍କଠାରେ ଏହିପ୍ରକାରର ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳୁଥିବା ବେଳେ ମୃତ ନାବାଳିକା କ୍ଷେତ୍ରରେ ଏହାର ବ୍ୟତୀକ୍ରମ ପରିଲକ୍ଷିତ ହୋଇଥିଲା । ପୁଣି ପଳାଶ ଗଛକୁ ନାବାଳିକା ଚଢ଼ିବା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ।  ତେଣୁ ଏହା ଏକ ହତ୍ୟା ଅଥବା ଆତ୍ମହତ୍ୟା ଏହାକୁ ନେଇ ସନେ୍ଦହ ଉପୁଜିଛି । ଏହି ସମୟରେ ନାବାଳିକା ବେକରେ ପିନ୍ଧିଥିବା ଏକ ସୁନା ଲକେଟକୁ ହଜାଇ ଦେଇଥିବାରୁ ତାଙ୍କ ମା’ ଝିଅକୁ ଗାଳିଗୁଲଜ କରିଥିଲେ । ସେଥିରେ ରାଗିଯାଇ ନିଜ ଘରେ ଗୋରୁ ବନ୍ଧା ଦୌଡ଼ିକୁ ସାଥୀରେ ଧରି ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ବିଷୟକୁ ନେଇ ବାପା ଥାନାରେ ଲିଖିତ ଜଣାଇଛନ୍ତି । ଏହାକୁ ନେଇ ବେତନଟୀ ଥାନାରେ ୨୪/୨୦୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ପରବର୍ତ୍ତି ତଦନ୍ତ ଆରମ୍ଭ ହେବ । ଆଜି ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ବ୍ୟବଚ୍ଛେଦ ଚାଲିଛି । ସେଠାରେ ନାବାଳିକାର ବାପା ଅଜା ଆଦି ଉପସ୍ଥିତ ରହିଛନ୍ତି । ସେମାନଙ୍କୁ ନିକଟରୁ ଅଧିକ ସୂଚନା ପାଇ ପାରିବେ ବୋଲି ବେତନଟୀ ଥାନା ଅଧିକାରୀ ଅଶୋକ କୁମାର ନାୟକ ପ୍ରକାଶ କରିଛନ୍ତି । 

0
0
0
s2sdefault