ହେଡଲାଇନସ୍:

ବେଧଡକ ଚାଲିଛି ଭ୍ରୁଣ ହତ୍ୟା: କାଗଜ କଲମ ଭିତରେ ସୀମିତ ଆଇନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  - ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ଡାକ୍ତର କରୁଣାକର ପଟେଲଙ୍କ ଘର ସାମ୍ନାରୁ ୬ ମାସର ଏକ ଭୃଣ ଉଦ୍ଧାର ହୋଇଛି  | ତାହାକୁ ତାଙ୍କର ଘର ଲାଗି ରହିଥିବା ନାଳରେ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି | ଯଦିଓ ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଘଟଣା ନୂଆ ନୁହେଁ ତଥାପି ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି | ପାଶ୍ଚାତ୍ୟ ସଂସ୍କୃତିରେ ଦିନକୁ ଦିନ ଯୁବ ସମାଜ କବଳିତ ହେଉଥିବା ତଥା ଦିନକୁ ଦିନ ଅନୈତିକ ସମ୍ପର୍କ ବୃଦ୍ଧି ପାଉଥିବାରୁ ଏଭଳି ଘଟଣା ଘଟୁଛି ବୋଲି ଅନେକ ସାମାଜିକ କାର୍ଯ୍ୟକର୍ତ୍ତା ମତବ୍ୟକ୍ତ କରିଥିବା ବେଳେ ଭୃଣହତ୍ୟା ନିଷିଦ୍ଧ ଥିବା କେଉଁ ଡାକ୍ତରଖାନା ତଥା ଘରୋଇ କ୍ଲିନିକରେ ଭୃଣ ନିରୂପଣ ଓ ହତ୍ୟା ହେଉଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ ଭୃଣ ନିରୂପଣ ଓ ଗର୍ଭପାତ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ସତ୍ତ୍ୱେ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଡାକ୍ତରଖାନା ଏବଂ ଘରୋଇ କ୍ଲିନିକରେ ମୋଟା ଅଙ୍କର ଟଙ୍କା ନେଇ କରାଯାଉଛି | ଜନସାଧାରଣଙ୍କ ତରଫରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପୋଲିସ ଓ ପ୍ରଶାସନର ଅପାରଗତା ଯୋଗୁଁ ସେଥିରେ ରୋକ ଲାଗି ପାରୁନାହିଁ | ତେଣୁ ଜିଲ୍ଲା ପ୍ରଶାସନ ଭୃଣ ନିରୂପଣ ଓ ଗର୍ଭପାତକୁ ରୋକିବା ନିମିତ୍ତ କଠୋର ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି |

 

0
0
0
s2sdefault