ହେଡଲାଇନସ୍:

ମୋରଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ବାଦ ରାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇସାରିଛି । ଏହି ସମୟରେ ଦେଶରେ ବହୁ  ଉନ୍ନୟନମୂଳକ ଜନ ହିତକର  କାର୍ଯ୍ୟ କରାଯାଇ ଥିବା ବେଳେ କିଛି କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ବିଭିନ୍ନ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନାଗୁଡ଼ିକର ସଫଳତାର ବାର୍ତ୍ତା ପୁରରୁ ପଲ୍ଲୀ ଓ ପଲ୍ଲୀରୁ ସହରରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଁଞ୍ଚାଇବା ନିମନ୍ତେ ଆଜିର ଏହି ଜନସମ୍ବାଦ ରାଲିର ଆୟୋଜନ କରାଯାଇଛି ଏବଂ ଏଥିରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବିଧାନସଭା କ୍ଷେତ୍ରର ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି  । ଏହି ଅବସରରେ  ଭ୍ରଚ୍ୟୁଏଲ  ବା ଭିଡ଼ିଓ କନ୍ଫାରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ  ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ମୋରଡ଼ା ନିର୍ବାଚନ ମଣ୍ଡଳୀର ନେତା, କର୍ମକର୍ତ୍ତାମାନଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବାର୍ତ୍ତାଳାପ ସମୟରେ ନାଗରିକ ସଂଶୋଧନ ଆଇନ, ୩୭୦ ଦଫା ଉଚ୍ଛେଦ, ପାରାଦୀପ ରେଫେନାରୀ ଆଦି ଉତ୍ଥାପନ କରାଯାଇଥିବା ବେଳେ ସବାଇଘାସରୁ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଥିବା ଏସଏସଜି ଗ୍ରୁପ, ବୁଣାକାର ସଂଘ, କୃଷକମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି  । ସେହିପରି ନିର୍ବାଚନ ମଣ୍ଡଳୀର ନେତା ଓ କର୍ମକର୍ତ୍ତାମାନେ ଭାରଚୁ୍ୟଆଲ ରାଲି ମାଧ୍ୟମରେ  କେନ୍ଦ୍ରମନ୍ତ୍ରୀଙ୍କ ସହିତ ସିଧାସଳଖ ଯୋଡ଼ି ହୋଇଥିବାରୁ ବେଶ ଉତ୍ସାହିତ ହୋଇଥିବାର ପରିଲକ୍ଷିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଙ୍ଗଠନର ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ଦଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡ଼ା ବୁଢ଼ାନ ମୁର୍ମୁ, ମୋରଡ଼ା ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ତଥା ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଙ୍ଗଠନ ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ ମହାନ୍ତି,  ପୂର୍ବତନ ଜିଲ୍ଲା ଉପସଭାପତି ଶୋଭାବତୀ ଓତା, ବିଜୟ ଦାସ, ଦୀନେଶ ଅଗ୍ରୱାଲା ପ୍ରମୁଖ ୫ ଶହରୁ ଅଧିକ   ନେତା , କର୍ମକର୍ତ୍ତା ଓ କର୍ମୀମାନେ ମୋବାଇଲ ଆପ୍ପ(ଜୁମ) ମାଧ୍ୟମରେ ଯୋଡ଼ି ହୋଇଥିଲେ ।

 

0
0
0
s2sdefault