ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କୁରାଳ ଫାଣ୍ଡି ଅଂଚଳରେ ଆତ୍ମହତ୍ୟା ଯେପରି ଏକ ଧାରାରେ ପରିଣତ ହୋଇଗଲାଣି । ଗତ ଗୁରବାର ଦିନ କୁରାଳ ଗଡ଼ସାହିର ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଆଜି ଗିରିଡ଼ିପଲ୍ଲୀର ଜଣେ ଯୁବକ ପୁଣି ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗିରିଡ଼ିପଲ୍ଲୀ ଗ୍ରାମର ଦେବରାଜ ବେହେରାଙ୍କ ମଧ୍ୟମ ପୁତ୍ର ଦେବୀପ୍ରସାଦ ବେହେରା(୧୯) ଘରେ କେହି ନଥିବା ସମୟରେ ରବିବାର ସକାଳ ୧୦ ସମୟରେ ବେକରେ ରସିଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟାର କାରଣ ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଓଡ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହିତ ଆତ୍ମହତ୍ୟାର କାରଣ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି । ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ସୂଚନା ଥାଉକି ଗତ ଗୁରବାର ଦିନ ଏହି ଫାଣ୍ଡି ଅନ୍ତର୍ଗତ କୁରାଳ ଗ୍ରାମ ଗଡ଼ସାହୀର ବସନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ବୈଦ୍ୟନାଥ ପାଣିଗ୍ରାହୀ ଓରଫ ଲିପୁ ମଧ୍ୟାହ୍ନ ସମୟରେ ଘରକୁ ଫେରି ଉପର ମହଲାର ଗୋଟିଏ ବଖରାରେ ଆତ୍ମହତ୍ୟା କରିଥିବା ଥିଲେ । ଏନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ସମାନ ଧରଣରେ ଏହି ଅଂଚଳର ଜଣେ ଯୁବକଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଦେଇଛି ।
ଅଘଟଣ
୪ଦିନ ମଧ୍ୟରେ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ
- Hits: 456