ହେଡଲାଇନସ୍:

ଭିଜିଲାନ୍ସ ଜାଲରେ ପାଟଣାଗଡ ଏନଏସି ଜେଇ ଦେବୀ ପ୍ରସାଦ ମିଶ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ସ୍ୱତନ୍ତ୍ରପ୍ରତିନିଧି : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ । ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜେଇ ଦେଵୀ ପ୍ରସାଦ ମିଶ୍ରଙ୍କୁ ଧରିଲା ଭିଜିଲାନ୍ସ । ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ ବିଲ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଟଣାଗଡ଼ ରାମପୁରର ଟଙ୍କଧର କୁମ୍ଭାର ପାଇଥିବା ଘର ପାଇଁ ଫାଇନାଲ ବିଲ ବାବଦକୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପାଟଣାଗଡ଼ ଏନଏସିର ଜେଇ । ଆଜି ୧୦ଟା ସମୟରେ ପୂର୍ବ ଯୋଜନା ଅନୁଯାୟୀ ଟଙ୍କଧର ୩ ହଜାର ଟଙ୍କା ନେଇ ଆସିଥିଲେ ।  ଏହି ସମୟରେ ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢ଼ାଉ କରି ପ୍ରମାଣ ସହ ଜେଇଙ୍କୁ ଗିରଫ କରିଥିଲେ ।

0
0
0
s2sdefault