ହୋମ ଡେଲିଭରି କରିଦେବୁ କହି ଠକିନେଲେ ଦଶ ହଜାର ଟଙ୍କା
କୋମନା (ଭାଗିରଥି ଭୋଇ)- କେତେବେଳେ ପଇସା ଜମା କରିଦେବା ବାହାନା ତ କେତେବେଳେ କାର୍ଡର ନବୀକରଣ କରିଦେବୁ କହି ଠକି ନେଉଛନ୍ତି ହଜାର ଜହାର ଟଙ୍କା । ଏଥିରେ ପେଶି ହେଉଛନ୍ତି ଗରିବ ଜନତା । ନିରହ ଗରିବ ଲୋକେ ସାଇବର ଅପରାଧ ବିଷୟରେ କିଛି ଜାଣିନଥିବା ବେଲେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧି । ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ନୂଆପଡା ଜିଲାରେ । ଜିଲ୍ଲାର କୋମନା ବ୍ଲକ କାମକେଡା ଗ୍ରାମର ଜଣେ ଯୁବକଙ୍କ ଠାରୁ ଠକି ନେଇଛନ୍ତି ଦଶ ହଜାର ଟଙ୍କା । ଯୁବକ ଜଣକ ଫ୍ଲିପକାର୍ଟରେ ଗୋଟିଏ ଦ୍ରବ୍ୟ ଅର୍ଡର କରିଥିଲେ । ଦ୍ରବ୍ୟ ପହଂଚିଲା ପରେ ଫିଡବ୍ୟାକ ପାଇଁ ଏକ କଲ +୯୧୭୦୨୯୩୯୦୭୬୩ ରେ ଆସିଥିଲା । କଲରେ ଆପଣଙ୍କ କଣ ସମସ୍ୟା ଅଛି ବୋଲି ପଚରାଯାଇଥିଲା । ଯୁବକ ଜଣକ ହୋମଡେଲିଭରି କରିଦେବା କହିଥିଲେ । ପରେ ଯୁବକଙ୍କୁ ଗୁଗୁଲ ପେ ରୁ ୧୦ ଟଙ୍କା ପ୍ରଦାନ କରିବାକୁ କୁହାଯାଇଥିଲା । ୧୦ ଟଙ୍କା ପେ କଲା ପରେ ତାଙ୍କ ଖାତାରୁ ୧୦୦୦୦ ଟଙ୍କା କଟିଯାଇଥିଲା । ପୁଣି ଏକ ଅଜଣା ନମ୍ବର ରେ କଲ କରିଥିଲା ଠକ ଓ ଅନ୍ୟ ଖାତା ନମ୍ବର ମାଗିଥିଲେ କିନ୍ତୁ ପଇସା କଟିଯାଇଥିବା ଜାଣି ଆଉ ଖାତା ନମ୍ବର ଦେଇନଥିଲେ ଯୁବକ । ଏତେ ଟଙ୍କା କଟିଯାଇଥିବାରୁ ଯୁବକ ଜଣକ ଚିନ୍ତିତ ଅଛନ୍ତି ।