ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଓକିଲ ଏବଂ ଆରଆଇଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଛି । ଗତକାଲି ଗୁରୁବାର ଅପରାହ୍ନ ୧ଟା ବେଳେ କୋମଣ୍ଡ ଆରଆଇ ଧନଞ୍ଜୟ ସାହୁ ତହସିଲ କାର୍ଯ୍ୟାଳୟ ଆସିଥିବା ବେଳେ ଓକିଲମାନଙ୍କ ସହ ଭେଟ ହୋଇଥିଲା । ଆରଆଇଙ୍କର ବଦଳି ହୋଇଥିବାରୁ କୋମଣ୍ଡ ମୈାଜାର ବିଳାସିନି ଦେଇଙ୍କଠାରୁ ମ୍ୟୁଟେସନ ପାଇଁ ଏକବର୍ଷ ପୂର୍ବରୁ ନେଇଥିବା ୨ହଜାର ଟଙ୍କା ଫେରାଇ ଦେବାପାଇଁ ଓକିଲମାନେ ଧନଞ୍ଜୟଙ୍କୁ କହିଥିଲେ । ଆରଆଇ ଧନଞ୍ଜୟ କାହାରିଠାରୁ କୈାଣସି ଟଙ୍କା ଗ୍ରହଣ କରିନାହାନ୍ତି ବୋଲି କହିବା ପରେ ଉଭୟପକ୍ଷଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣା ସ୍ଥଲରେ ଓଡ଼ଗାଁ ପୋଲିସ ପହଁଚି ଉଭୟପକ୍ଷଙ୍କୁ ଡାକି ଆପୋଷ ସମାଧାନ କରିଥିଲେ । ହେଲେ ଉପରୋକ୍ତ ଘଟଣାରେ ଆଜି ଆରଆଇ ଧନଞ୍ଜୟ ତାଙ୍କୁ ମାରପିଟ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓକିଲମାନଙ୍କ ତରଫରୁ ପୁର୍ଣ୍ଣଚନ୍ଦ୍ର ଦୋରା ଅନୁରୁପ ଭାବେ ଅଭିଯୋଗ କରିଥିଲେ ।
ଅଘଟଣ
ଓକିଲ-ଆରଆଇ ଗଣ୍ଡଗୋଳ : ଉଭୟ ପକ୍ଷରୁ ଥାନାରେ ଅଭିଯୋଗ
- Hits: 394