ହେଡଲାଇନସ୍:

ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ : ତଦନ୍ତ କରାଇବାକୁ ଯାଇଥିବା ରାଜସ୍ୱ ନିରୀକ୍ଷକ ଓ ପିଅନଙ୍କୁ ଆକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୀବନରୁ ମାରିଦେବାର ଧମକ ,ଥାନାରେ ମାମଲା

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହରର ସିଂହ ଭାଗ ସରକାରୀ ଜମି ଜବରଦଖଲକାରୀମାନଙ୍କ କବ୍ଚାରେ । ବଳକା ରହିଯାଇଥିବା କିଛି ସରକାରୀ ଜମି ମଧ୍ୟରୁ ବାରିପଦା ପୌରପରିଷଦର ଦେବେନ୍ଦ୍ରପୁର ମୌଜାରେ ସରକାରୀ ଜମି ଉପରେ କେତେକ ବ୍ୟକ୍ତି ଦଖଲକୁ ନେଇ ତା ଉପରେ ବେଆଇନ ଭାବେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ସମୟରେ ବାରିପଦା ତହସିଲ କାର୍ଯ୍ୟାଳୟର ପତ୍ର ସଂଖ୍ୟା୩୮୪୪/୧୧.୦୬.୨୦୨୦ ବଳରେ ଜୁନ ୧୩ରେ ବାରିପଦା ରାଜସ୍ୱ ନିରୀକ୍ଷକ-୩ ତନ୍ମୟ ରଞ୍ଜନ ସାହୁ କାର୍ଯ୍ୟାଳୟର ପିଅନ ନିତ୍ୟାନନ୍ଦ ବାରିକଙ୍କୁ ସାଥୀରେ ଧରି ଦେବେନ୍ଦ୍ରପୁର ମୌଜାର ଖାତା ଖତିଆନ, ନକ୍ସା ଆଦି ସାଙ୍ଗରେ ଧରି ସରଜମିନ ତଦନ୍ତ ନିମନ୍ତେ ପହଁଞ୍ଚିଥିଲେ । ଏହି ସମୟରେ ବାରିପଦା ଆରଆଇ-୩ ଶ୍ରୀସାହୁ ସରଜମିନ ତଦନ୍ତ କରିବା ପରେ ସରକାରୀ ଜମି ଉପରେ କେତେକ ବ୍ୟକ୍ତି ବେଆଇନ ଭାବେ ଗୃହ ନିର୍ମାଣ କରୁଥିବାର ଦେଖିବାକୁ ପାଇ ସେମାନଙ୍କୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଜବରଦଖଲକାରୀମାନଙ୍କ ମଧ୍ୟରୁ ଚିତ୍ରଡ଼ା ଅଞ୍ଚଳ ଗଡ଼ିଗାଁ ଗ୍ରାମର ସୌମ୍ୟରଞ୍ଜନ ଦାସ ପି ସନ୍ତୋଷ ଦାସ, ବମ୍ବେଛକ ଅଞ୍ଚଳର କବିତା ବେହେରା ସ୍ୱାମୀ ଗୁଣାକର ବେହେରା, ବାରିପଦା ମହାରାଜପୁର ଅଞ୍ଚଳର ସୁମିତ୍ରା କୁଅଁରବାବୁ ସ୍ୱାମୀ ପଙ୍କଜ କୁଅଁରବାବୁ, ପାଲବଣି ଅଞ୍ଚଳର ଅହଲ୍ୟା ବେହେରା ସ୍ୱାମୀ ଭୈରବ ବେହେରା ଓ ଏସକେ ଆବାସ ପିତା ଏସକେ କଲିମ୍, ତୁଳସୀଚଉରା ଅଞ୍ଚଳର ପଞ୍ଚୁ ମହାନ୍ତି ପିତା ଆନନ୍ଦ ମହାନ୍ତି, ସାଇଁକୁଳା ଅଞ୍ଚଳର ସସ୍ମୀତା ନାୟକ ସ୍ୱାମୀ ପ୍ରବୀଣ ନାୟକ, ମନୋଜ ରଣା ପିତା ଖଗେନ୍ଦ୍ର, ଅଁଳା ଅଞ୍ଚଳର ରାକେଶ ଜେନା ପିତା ସର୍ବେଶ୍ୱର ଜେନା, ହେମଲତା ବେହେରା ସ୍ୱାମୀ ଦେବେନ୍ଦ୍ର ବେହେରା, ବାରିପଦା ୱାଡର଼୍ ନଂ ୧୩ ଶ୍ରୀପଦଗଞ୍ଜ ଅଞ୍ଚଳର ଆମ୍ବିକା ମହାକୁଡ଼ ପ୍ରମୁଖଙ୍କ ସମେତ ଅନ୍ୟ କେତେକ ମହିଳା ଓ ପୁରୁଷ ମିଶି ଅତି ଅଭଦ୍ର ଭାଷାରେ ବାରିପଦା ଆରଆଇ-୩ ଶ୍ରୀସାହୁଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା , ଚାପୁଡ଼ା ଆଦି ମାରି ତାଙ୍କ ନିକଟରୁ ସରକାରୀ ଖାତାଖତିଆନ, ନକ୍ସା ଆଦି ଛଡ଼ାଇ ନଷ୍ଟ କରିଦେବା ପରେ ପକେଟ ଭିତରୁ ମୋବାଇଲକୁ ବାହାର କରି ନେଇଥିଲେ । ଏହାପରେ ଜବରଦଖଲକାରୀମାନେ ନିଜ ନିଜ ମୋବାଇଲରେ ଆରଆଇ-୩ ଶ୍ରୀସାହୁ ଓ ପିଅନ ଶ୍ରୀବାରିକଙ୍କ ଅସହାୟତାର ଭିଡ଼ିଓ ରେକଡ଼ିଂ ଆଦି କରିଥିଲେ । ଏହି ସମୟରେ ଆରଆଇ-୩ କାର୍ଯ୍ୟାଳୟର ପିଅନ ଶ୍ରୀବାରିକ ନିଜ ମୋବାଇଲରେ ଜବରଦଖଲକାରୀମାନଙ୍କର କାର୍ଯ୍ୟକଳାପକୁ ରେକଡ଼ିଂ କରୁଥିବାର ଜାଣି ପାରିବା ପରେ ସେମାନେ ରେକଡ଼ିଂକୁ ଡ଼ିଲିଟ ମାରା କରାଇବା ପରେ ମୋବାଇକୁ ତାଙ୍କ ନିକଟରୁ ଛଡ଼ାଇ ନେଇଯାଇଥିଲେ । ଏହି ସମସ୍ତ ଘଟଣାକୁ ନେଇ ଆରଆଇ-୩ ତନ୍ମୟ ରଞ୍ଜନ ସାହୁ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନଙ୍କୁ ଅବଗତ କରାଇଥିଲେ ଏବଂ ତହସିଲଦାରଙ୍କ ନିଦେ୍ର୍ଧଶ କ୍ରମେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ୩୮୫/୨୦୨୦ ଏବଂ ଆଇପିସି ଧାରା ୨୯୪, ୩୩୨, ୩୫୩, ୧୮୬, ୫୦୬ ଓ ୩୪ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି କୌଣସି ଅଭିଯୁକ୍ତଙ୍କୁ ଗିରଫ ହୋଇ ନ ଥିବାର ଜଣାପଡ଼ିଛି । 

0
0
0
s2sdefault