ବାରିପଦା(ଦିଲ୍ଲୀପ ମହାନ୍ତି )- ଶନିବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାମାଇଡ଼ିହି ଗ୍ରାମର କେତେକ ପୁରୁଷ ଓ ମହିଳା ସ୍ଥାନୀୟ ଜଙ୍ଗଲକୁ ଚାରକୋଳି ତୋଳିବା ସମୟରେ ଅଚାନକ ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ବାହାରି ଆସି ଆକ୍ରମଣ କରିଥିଲା । ଫଳରେ ଜଣେ ମହିଳାର ହାତ ଓ ପଞ୍ଜରାରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଜଙ୍କର ଜଙ୍ଘର ହାଡ଼ ଭାଙ୍ଗିଯାଇଛି । ୨ ମହିଳାଙ୍କ ବ୍ୟତୀତ ଅନ୍ୟ ଜଣେ ପୁରୁଷ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଫାୟାର ବିଗ୍ରେଡ଼ ଗାଡ଼ିରେ ପ୍ରଥମେ ରାସଗୋବିନ୍ଦପୁର ଓ ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତମାନେ ହେଲେ ମନ୍ଦାକିନୀ ନାୟକ(୫୦), କନକ ପରମାଣିକ(୫୦) ଓ ବୁଧୁନୀ ପରମାଣିକ(୪୫) । ଉକ୍ତ ଜଙ୍ଗଲରେ ଗତ କିଛି ଦିନ ଷେବ ହାତୀମାନେ ପ୍ରବେଶ କରିଥିଲେ ମଧ୍ୟ ମଧ୍ୟ ବନ ବିଭାଗ ଏଦିଗରେ ଗୁରୁତ୍ୱ ଦେଇ ନ ଥିଲା । ଉକ୍ତ ଜଙ୍ଗଲରେ ବନ ବିଭାଗର କର୍ମଚାରୀମାନେ ହାତୀ ରହିଥିବାର ଜାଣି ସେମାନଙ୍କୁ ନ ଘଉଡ଼ାଇ ଅଜଣା ପରି ରହିଆସିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।