ହେଡଲାଇନସ୍:

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)- : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପଟିସାରି ପଞ୍ଚାୟତର ତେନ୍ତୁଳିଗାଁ ଗ୍ରାମର ରବୀନ୍ଦ୍ର ଦେହୁରୀ (୬୫)  ଶନିବାର ରାତିରେ ଘରୁ ଖାଦ୍ୟ ନେଇ ହାଟ ପଡିଆରେ ଥିବା ଦୋକାନକୁ ନିଜ ମୋଫେଡ ଗାଡିରେ ଆସୁଥିବା ସମୟରେ କେତେକ ଦୁର୍ବୁତ୍ତମାନଙ୍କ ଆକ୍ରମଣର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ଥିବାର ଜଣାପଡିଛି । ତେବେ ଏକ ପୋଖରୀ ନିଲାମକୁ ନେଇ ଉଭୟ ପକ୍ଷ ମଧ୍ୟରେ କିଛିଦିନ ହେବ ଗଣ୍ଡଗୋଳ ଲାଗି  ରହିଥିବା ବେଳେ ଗତକାଲି ଦିନ ବେଳା ହାଟ ବାବଦରେ  ଗଣ୍ଡଗୋଳ ଲାଗିଥିଲା । ଏହି ସମସ୍ତ ଘଟଣାକୁ କେନ୍ଦ୍ର କରି ପ୍ରତିପକ୍ଷ  ରବୀନ୍ଦ୍ରକୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ ଗୁରୁବାରୀ କହିଛନ୍ତି । ଘଟଣା ଘଟିବା ପରେ ପରିବାର ଓ ଗାଁ ଲୋକେ ଉତ୍ୟକ୍ତ ହୋଇ ସେହି ଗ୍ରାମର ଦିଲ୍ଲୀପ ଜେନା ଓ ରବି ସିଂକୁ ମାଡ଼ମାରି ଆହତ କରିଛନ୍ତି । ବଡ଼ସାହି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇ ଜଣକୁ ଆମ୍ବୁଲାନ୍ସ ଯୋଗେ ଉଦଳା ହସ୍ପିଟାଲ କୁ ପୋଲିସ ହେପାଜୋତରେ ପଠାଇଛନ୍ତି ।ବଡ଼ସାହି ଥାନାରେ ମୃତକ ପରିବାର ପକ୍ଷରୁ ଦିଲ୍ଲୀପ ଜେନା( ୬୫) ଓ ତାଙ୍କ ପୁଅ ବିଟୁ (୨୫) , ରବି ସିଂ ( ୨୫) ରବୀନ୍ଦ୍ର ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି  ଲିଖିତ ଅଭିଯୋଗ କରିଛନ୍ତି ।ଘଟଣା ସ୍ଥଳରେ ତିନୋଟି ବାଉଁଶ ବୋଲହାକୁ ପୋଲିସ ଜବତ କରିଛି । ଏଥିସହିତ ବାରିପଦାରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ଉପରେ ପ୍ରମାଣ, ନମୁନା ଆଦି ସଂଗ୍ରହ କରିଛନ୍ତି ।ବେତନଟୀ ଏସ ଡିପିଓ ଲଳିତ ପଟନାଏକ ଓ ବଡ଼ସାହି ଥାନାଧିକାରୀ ଜୟନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସମୟରେ ଅନ୍ୟ ଜଣେ ଅଭିଯୁକ୍ତ ବିଟୁ ଫେରାର ହୋଇଯାଇଛି ।

0
0
0
s2sdefault