ହେଡଲାଇନସ୍:

କୁଖ୍ୟାତ ବାଲି ମାଫିଆଙ୍କ ବିଶ୍ୱାସଘାତକତା ଓ ଗୁଣ୍ଡାଗର୍ଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କୋର୍ଟର କାଠଗଡ଼ାକୁ ଟାଣିଲେ ଲିଜଧାରୀ ପ୍ରଦୀପ

ବାରିପଦା(Dillip Mohanty) )-  ୨୦୧୬ ଜୁନ ୩ରେ ବଡ଼ସାହି ତହସିଲଦାରଙ୍କ ଦ୍ୱାରା ବୈଶିଙ୍ଗା ଥାନା ଅନ୍ତର୍ଗତ ଡ଼ାହିସାହି ଗ୍ରାମର ପ୍ରଦୀପ କୁମାର ବିନ୍ଧାଣୀ ବଡ଼ସାହି ଥାନା ଅନ୍ତର୍ଗତ ଆରପଟା ମୌଜାରେ ଥିବା ନଦୀ ସୌରାତ(ବାଲିଘାଟ)କୁ ୫ ବର୍ଷ ନିମନ୍ତେ ଲିଜ ସୂତ୍ରରେ ତହସିଲଦାରଙ୍କ ଆଦେଶ ନାମା ନଂ ୨୨୯୩/୦୩.୦୬.୨୦୧୬ ଅନୁସାରେ ପାଇବା ପରେ ବାରିପଦା ସବରେଜିଷ୍ଟରଙ୍କ କୋର୍ଟରେ କଟକ ପୁରୀଘାଟ ଥାନା ଅନ୍ତର୍ଗତ ଫିରିଙ୍ଗିବଜାରର ସୁବ୍ରତ କୁମାର ଜେନା, ବଡ଼ସାହି ଥାନା ଅନ୍ତର୍ଗତ ଆରପଟା ଗ୍ରାମର ତାପସ କୁମାର ପାତ୍ର ଓ ଅଭିଯୁକ୍ତ ବଡ଼ସାହି ଥାନା ଅନ୍ତର୍ଗତ ବେଲପାଳ ଗ୍ରାମର ନୀଳ ନାୟକଙ୍କ ପୁତ୍ର ଅମୀର କୁମାର ନାୟକ(୪୨)ଙ୍କ ମଧ୍ୟରେ ଏକ ଭାଗିଦାରୀ ପତ୍ର ସଂଖ୍ୟା ନଂ ୪୧୨୬୧୭୦୦୬୯୨/୦୬.୦୪.୨୦୧୭ରେ ପଞ୍ଜିକୃତ ହୋଇଥିଲା । ଉକ୍ତ ଭାଗିଦାରୀନାମା ପରେ ଆରପଟା ନଦୀ ସୌରାତର ସମସ୍ତ ଆୟବ୍ୟୟର ହିସାବ କିତାବ ରଖିବା, ରସିଦ ଓ ଚାଲାଣ ବହି ଆଦି କାଟିବା ଏବଂ ସୌରାତର ‘କ- ଫର୍ମ’ ଆଦିର ତୁଲାଇବା ଦାୟିତ୍ୱ ନ୍ୟସ୍ତ ଅଭିଯୁକ୍ତ ଅମୀରଙ୍କ ଉପରେ ଅନ୍ୟ ୩ ଭାଗିଦାରୀମାନେ ନ୍ୟସ୍ତ କରାଇଥିଲେ । ସେହିପରି ଅଭିଯୁକ୍ତ ଅମୀର କୁମାର ନାୟକ ପ୍ରଦୀପ କୁମାର ବିନ୍ଧାଣୀ, ସୁବ୍ରତ କୁମାର ଜେନା ଓ ତାପସ କୁମାର ପାତ୍ରଙ୍କୁ ପ୍ରତ୍ୟେକ ମାସ ସୌରାତର ଆୟବ୍ୟୟର ହିସାବ, ସମସ୍ତ କାର୍ଯ୍ୟର ଗୁଣାବତ୍ତା ହସ୍ତାନ୍ତର କରିବା ନିମନ୍ତେ ମଧ୍ୟ ନିଦେ୍ର୍ଧଶ ରହିଥିଲା । କିନ୍ତୁ ସର୍ତ୍ତ ଅନୁସାରେ ଅଭିଯୁକ୍ତ ଅମୀର ସୌରାତର ଆୟବ୍ୟୟ ଆଦିର ହିସାବକିତାବ ଆଦି ଦେବାକୁ କୁଣ୍ଠାବୋଧ କରି ପ୍ରତ୍ୟେକ ମାସ ବିଭିନ୍ନ ଆଳ ଦେଖାଇ ଟାଳି ଆସୁଥିଲେ ମଧ୍ୟ ଭାଦିଦାରୀମାନେ ତାଙ୍କ ଉପରେ ଅଗାଧ ବିଶ୍ୱାସ ପ୍ରକଟ କରିଆସୁଥିଲେ । ମାତ୍ର ଗତ ମାର୍ଚ୍ଚ ଓ ଚଳିତ ମାସ ସୌରାତକୁ ଆସୁଥିବା ଯାନଗୁଡ଼ିକୁ ୩ ଭାଗିଦାରୀ ଅଚାନକ ଯାଞ୍ଚ କରିବା ପରେ ଜାଲ ରସିଦ ବହି ମାଧ୍ୟମରେ ଅଭିଯୁକ୍ତ ଅମୀର ଭାଗିଦାରୀମାନଙ୍କର ଯଶ, ଖ୍ୟାତିରେ ଆଞ୍ଚ ଆଣିବା ନିମନ୍ତେ ସେମାନଙ୍କ ସହିତ ବିଶ୍ୱାସଘାତକତା ଓ ଷଡ଼ଯନ୍ତ୍ର ମୂଳକ ଠକେଇ କରି ସୌରାତରୁ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଧରାପଡ଼ିବା ଥିଲା । ଏହାପରେ ଲିଜଧାରୀ ପ୍ରଦୀପ କୁମାର ବିନ୍ଧାଣୀ ଅନ୍ୟ ଦୁଇ ଭାଗିଦାରୀ ସୁବ୍ରତ କୁମାର ଜେନା ଓ ତାପସ କୁମାର ପାତ୍ର ଅଭିଯୁକ୍ତ ଅମୀରକୁ ସୌରାତର ଆୟବ୍ୟୟର ହିସାବ, ରସିଦ ବହି ଓ କ-ଫର୍ମ ଆଦି ମାଗିବାରୁ ସେଥିରେ ସେ ଉତକ୍ଷିପ୍ତ ହୋଇ ଅଶାଳୀନ ତଥା ଅଭଦ୍ର ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରି ଦେବା ନିମନ୍ତେ ଏକ ଧାରୁଆ ଖଣ୍ଡାରେ ହାଣିବା ନିମନ୍ତେ ଗୋଡ଼ାଇଥିଲେ । ପୁଣି ମୋବାଇଲ ନଂ ୮୩୩୮୮୮୨୩୫୫, ୯୪୩୮୨୪୯୦୪୩ ଓ ୭୬୦୯୦୦୧୨୮୮ ଯୋଗେ ଭାଦିଦାରୀମାନଙ୍କୁ ଧମକ ଦେବା ସାଙ୍ଗକୁ ସୌରାତର ଲିଜ ମୋ ନାମରେ ନାହିଁ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ସହିତ କୌଣସି ଲୋକ ମୋର କିଛି କରିପାରିବ ନାହିଁ । ଓଲଟି ତୁମ ତିନିଜଣ ଜେଲରେ ଠୁକି ଦେବି ବୋଲି ଚେତାବନୀ ଦେଇଥିଲେ । ପୁଣି ପୁଲିସ ଓ ଗଣମାଧ୍ୟମକୁ ପକେଟରେ ରଖିଆସିଛି ବୋଲି ଧମକ ଦେଇଆସୁଥିବା ସମୟରେ ଚଳିତ ଅପ୍ରେଲ ୧୪ରେ ସୌରାତର ଭାଗିଦାରୀ ସୁବ୍ରତ କୁମାର ଜେନା ଓ ତାପସ ପାତ୍ରଙ୍କୁ ସୌରାତ(ବାଲିଘାଟ)ରେ ନିସ୍ତୁକ ମାଡ଼ମାରି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଗୋଟାଏ ପଟେ ଅଭିଯୁକ୍ତ ନାମରେ ବଡ଼ସାହି ଥାନାରେ ଅଭିଯୋଗ କରାଯାଉଥିଲେ ମଧ୍ୟ ପୁଲିସ ପକ୍ଷରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ହୋଇପାରି ନ ଥିଲା; ଅନ୍ୟ ପକ୍ଷରେ ଅଭିଯୁକ୍ତ ଅମୀର ଗୁଣ୍ଡାଗର୍ଦ୍ଧି ଦିନକୁଦିନ ବୃଦ୍ଧିପାଇବା, ଭାଗିଦାରୀମାନଙ୍କ ଯଶ, ଖ୍ୟାତିରେ ଆଞ୍ଚ ଆଣିବା ନିମନ୍ତେ ଷଡ଼ଯନ୍ତ୍ର ରଚିବା ଆଦି ବିଭିନ୍ନ କାରଣରୁ ବାଲିଘାଟର ଲିଜଧାରୀ ପ୍ରଦୀପ କୁମାର ବିନ୍ଧାଣୀ ସହିତ ଅନ୍ୟ ଭାଗିଦାରୀ ସୁବ୍ରତ କୁମାର ଜେନା ଓ ତପନ କୁମାର ପାତ୍ରଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଥିବାରୁ ବାଧ୍ୟ ହୋଇ ବେତନଟୀ ଜେଏମଏଫସିଙ୍କ ଅଦାଲତରେ ୧ ସି.ସି ନଂ ୧୬/୨୦୧୮ରେ ଏକ ମାମଲା ଅଭିଯୁକ୍ତ ତଥା ବିଶ୍ୱାସଘାତକ ଅମୀର କୁମାର ନାୟକ ଓ ତାଙ୍କ ଦୁଇ ସହ ଯୋଗୀ ସୁଶାନ୍ତ ନାୟକ ଓ ସପନ ନାୟଙ୍କ ବିରୋଦ୍ଧରେ ରୁଜୁ କରାଯାଇଛି ବୋଲି ଲିଜଧାରୀ ପ୍ରଦୀପ କୁମାର ବିନ୍ଧାଣୀ ଆମ ମୟୂରଭଞ୍ଜ ଜିଲ୍ଲାପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । 

0
0
0
s2sdefault