ହେଡଲାଇନସ୍:

ବାଇକ ଚୋରକୁ ୩ମାସ ଜେଲ ଓ ଜୋରିମାନା ୫୦୦୦ ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ଏସଡ଼ିଜେଏମ ପ୍ରସନ୍ନ କୁମାର ବେହେରା ଏକ ବାଇକ ଚୋରୀ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଦେଢ଼ ବର୍ଷ ଜେଲ, ୫ ହଜାର ଟଙ୍କା ଜୋରିମାନା ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ସହରର ୱାର୍ଡ  ନଂ ୧୯ର ଭବାନୀ ଶଙ୍କର ଦାସଙ୍କ ବାସଭବନର ଗ୍ରୀଲ ଭାଙ୍ଗି ଗତ ୧୦୧୭ ଅକ୍ଟୋବର ୩୦ ରାତିରେ ତାଙ୍କର ଓଆର ୦୨ ବିଏଚ ୬୦୮୫ ନମ୍ବର ବିଶିଷ୍ଟ ହିରୋ ହୋଣ୍ଡା ପ୍ରୋ ବାଇକ ଚୋରୀ ହୋଇଥିଲା । ଏହାକୁ ନେଇ ଭବାନୀ ଶଙ୍କର ୩୧.୧୦୨୦୧୭ରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ଥାନାରେ କେଶନଂ ୨୯୬/୨୦୧୭ରେ ଏକ ମାମଲା ରୁଜୁ ହୋଇଥିଲା  । ପରବର୍ତ୍ତି ସମୟରେ ଉକ୍ତ ବାଇକ ଚୋରୀ ମାମଲାରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ କଳାଖୁନି ଗ୍ରାମର ସନ୍ତୋଷ ପାତ୍ର ପୁଲିସ ହାତରେ ଧରାପଡ଼ିଥିଲା । ଉକ୍ତ ମାମଲାରେ ରହିଥିବା ସାକ୍ଷୀ ମାନଙ୍କର ବୟାନ ଓ ସମସ୍ତ ପ୍ରମାଣକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମକଦ୍ଦମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ବୃନ୍ଦାବନ ନାୟକ ପରିଚାଳନା କରିଥିଲେ ।

0
0
0
s2sdefault