ହେଡଲାଇନସ୍:

ଶୁଣିବା ପରେ ଲଜ୍ୟାରେ ଲୋକଙ୍କ ମୁଣ୍ଡ ନଇଁଯାଉଛି, ପ୍ରଶାସନକୁ ଲାଜ ଲାଗୁଛି କି ନାହିଁ କେଜାଣି !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଧନ୍ୟ ପ୍ରଶାସନର ଶିଶୁ ଓ ବାଳିକା ସୁରକ୍ଷା କାର୍ଯ୍ୟକ୍ରମ 

 ସଦର ଏସଡିପିଓଙ୍କ କାର୍ଯ୍ୟାଳୟ  ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

 ଘଟଣାଟି  ୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପାଖରେ ଖବର ନାହିଁ l 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଲଜ୍ୟା, ଲଜ୍ୟା, ଲଜ୍ୟା l  ସମ୍ବଲପୁର ସହରରେ ପୁଣି ଜଣେ ଗରିବ ଅସହାୟ  ନାବାଳିକା ଦିବ୍ୟାଙ୍ଗ ଯୁବତୀ ଜଣେ  କାମାନ୍ଧା ଯୁବକ ଶିକାର ହୋଇଛି l ତାହା ପୁଣି ଖୋଦ  ଅଇଁଠାପାଲି ସଦର ଏସଡିପିଓ ଏବଂ ଅନ୍ୟ ପଟେ ଅଇଁଠାପାଲି ଥାନା କାର୍ଯ୍ୟାଳୟ ପଛପଟେ l ଘଟଣାଟି ଆଜକୁ ୫ ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ଅନନ୍ତ ଶୟନରେ ଜିଲ୍ଲା ପ୍ରଶାସନ | ଏ ସମ୍ପର୍କରେ  ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧକାରୀଙ୍କ ପାଖରେ ଖବର ନାହିଁ  l ଅଭିଯୋଗ ପରେ କିନ୍ତୁ ପୋଲିସ  ତୁରନ୍ତ ପଦକ୍ଷେପ ସଦୃଶ  ଅଭିଯୁକ୍ତ ଙ୍କୁ ଗିରଫ କରି ଏହାରି ମଧ୍ୟରେ କୋର୍ଟ ଚାଲାଣ ମଧ୍ୟ କରିସାରିଛି l

 ଘଟଣାରୁ ଜଣା ଯାଇଛି ଯେ, ଗତ ୨୯ ତାରିଖ ପ୍ରାତଃ ୫ ଟା ସମୟରେ ଅଇଁଠାପାଲି ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛପଟେ ରହୁଥିବା ଜଣେ ୧୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀକୁ ଅଇଁଠାପାଲି ସ୍ଥିତ ଏକ ହୋଟେଲରେ କାର୍ଯ୍ୟ କରୁଥିବା ଜଣେ ଯୁବକ ଘରେ ପଶି ଦୁଷ୍କର୍ମ କରିଥିଲା l ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ରକ୍ତଜୁଡୁ ବୁଡୁ ଅବସ୍ଥା ଯୁବତୀ କୁ ଉଦ୍ଧାର କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ  ହେବାରୁ ବୁର୍ଲା ଡାକ୍ତରଖାନା ନେଇ ଡାକ୍ତରିମାଇନା  କରାଯlଇଥିଲା l ପୋଲିସ କିନ୍ତୁ, ତୁରନ୍ତ ପଦକ୍ଷେପ ସଦୃଶ ଅଭିଯୁକ୍ତ କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି l ଅନ୍ୟ ପକ୍ଷରେ ପୀଡିତା ନାବାଳିକା ଦିବ୍ୟାଙ୍ଗ ଯୁବତୀର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ଏବଂ କିଛି ଖାଉ ନ ଥିବା ଯୁବତୀ ର ମା'  ପ୍ରକାଶ କରିଛନ୍ତି l ଗତ ୫ ବର୍ଷ ହେବ ପୀଡିତା ଯୁବତୀ ର ବାପା ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମା' ମଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି l 

   ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ଜ଼ିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ସହିତ ସମାଜସେବୀ ନିହାଲ ସିଂ ପୀଡିତା ଯୁବତୀ ଙ୍କ ଘରେ  ପହଂଚି ଥିଲେ l ତୁରନ୍ତ, ଜ଼ିଲ୍ଲା ରେଡ଼କ୍ରସ ରୁ ସାହାଯ୍ୟ କରିବା ଏବଂ ଯୁବତୀ ର ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିବାକୁ ଜ଼ିଲ୍ଲାପାଳ ଶୁଭମ ସକସେନା ଙ୍କୁ ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ ଅନୁରୋଧ କରିଛନ୍ତି l ଅନ୍ୟ ପକ୍ଷରେ ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ  ପଛ ପଟେ ଜଣେ ନାବାଳିକା ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ହେବା  ଘଟଣାର  ୫ ଦିନ ବିତିଯାଇଥିଲେ  ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧକାରୀ ଙ୍କ ପାଖରେ ଖବର ନ  ପହଂଚିବା ଓ ପୋଲିସ କେଶ ରୁଜ୍ଜ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ଚୁପ ବସିବା, ପୀଡିତା ର ସ୍ୱାସ୍ଥ୍ୟ ଅବସ୍ଥା  ନେଇ କୌଣସି ପଦକ୍ଷେପ ନ ନେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

0
0
0
s2sdefault