ହେଡଲାଇନସ୍:

ଏମିତି ଆସେ ମରଣ : ଶ୍ୟାମ ପୂଜା ପାଇଁ  ଯାଉଥିଲେ, ଦୁର୍ଘଟଣା ନେଲା ଜୀବନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା ବାହାରିଥିବା ବାପ ପୁଅଙ୍କ ଟ୍ରକ ଧକ୍କାରେ ମୃତ୍ୟୁ

ଉଜୁଡ଼ିଲା ସୁନାର ସଂସାର, ବାପା ଛେଉଣ୍ଡ ହେଇଗଲା ନିଷ୍ପାପ ଶିଶୁ ୩ ବର୍ଷର 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଭୂଷଣ କାରଖାନା ପାଖରେଥିବା ଗଜରାଜ ମୋଟର୍ସ ସମ୍ମୁଖରେ ମଙ୍ଗଳ ବାର ସଂଧ୍ୟା ୬.୩୦ ମିନିଟ ସମୟରେ ଟ୍ରକ ଧକ୍କାରେ ବାପ ପୁଅଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଉଭୟ ବାପ ପୁଅ ରେଙ୍ଗାଲିର ରମେଶ ଧନୁକା(୬୫)ଏବଂ ମନିସ ଧନୁକା(୩୨)ବୋଲି ଜଣାପଡିଛି ।ଉଭୟ ବାପ ପୁଅ ଏକ ବାଇକରେ ମଙ୍ଗଳ ବାର ସଂଧ୍ୟାରେ ଶ୍ୟାମ  ପୂଜା ପାଇଁ ଝାରସୁଗୁଡା ବାହାରିଥିଲେ। ଗଲାବେଲେ ବାଟରେ ଠେଲକୋଲେଇ ତାରିଣୀ ମନ୍ଦିର ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପରେ ବାଇକରେ ପେଟ୍ରୋଲ ଭରି ଝାରସୁଗୁଡା ନଯାଇ ରେଙ୍ଗାଲିକୁ ଫେରୁଥିବା ସମୟରେ ପେଟ୍ରୋଲ ପମ୍ପରୁ ମାତ୍ର ୫୦ ମିଟର ଦୂର ଗଜରାଜ ମୋଟର୍ସ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କାରେ ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଖବର ପାଇ ଠେଲକୋଲେଇ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି  ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇ ଯାଇଛି। କଲିକତାର ମୂଳ ବାସିନ୍ଦା ରମେଶ ଧନୁକା ରେଙ୍ଗାଲିରେ ବିବାହ କରିଥିଲେ । ବ୍ୟବସାୟ ପାଇଁ କିଛି ବର୍ଷ ହେବ କଲିକତାରୁ ଆସି ରେଙ୍ଗାଲିରେ ପୁଅ ମନିସ ସହ ବ୍ୟବସାୟ  ଆରମ୍ଭ କରିଥିଲେ । ରମେଶଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିଲେ । ଝିଅକୁ ବିବାହ କରି ସାରିଥିବା ବେଲେ ପୁଅ ମନିସର ତିନି ବର୍ଷର ଏକ ଶିଶୁ ଥିବାର ଜଣାପଡିଛି । ଏହି ଦୁଃଖଦ ଘଟଣା ଜଣା ପଡିବା ପରେ ରେଙ୍ଗାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

0
0
0
s2sdefault