ହେଡଲାଇନସ୍:

ଚାଲିଗଲେ ଛନ୍ଦା ସାର : ଶୋକରେ ମ୍ରିୟମାଣ ପଦ୍ମପୁର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଅଞ୍ଚଳରେ ଜଣେ ସର୍ବଜନାଦୃତ ଓ ଛାତ୍ରଛାତ୍ରୀବତ୍ସଳ ଜଣ ଶୁଣା ଆଦର୍ଶ ଶିକ୍ଷକ ଛନ୍ଦାଚରଣ ମହାନ୍ତିଙ୍କ ପରଲୋକ ହୋଇଯାଇଛି  । ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା | ଜଣେ ସରଳ, ନିରାଡ଼ମ୍ବର ଓ ମିଷ୍ଟଭାଷୀ  ପ୍ରକୃତିର ବ୍ୟକ୍ତି ଥିଲେ ସ୍ବର୍ଗତ ମହାନ୍ତି । ତାଙ୍କ ଦେହାନ୍ତରେ ଆଜି ପଦ୍ମପୁର ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

 ସ୍ବର୍ଗତ ମହାନ୍ତି ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲାଲ ବହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଚାକିରୀର ଶେଷ ସମୟରେ ଚନ୍ଦ୍ରାବତୀ ମେହେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରହି ଅବସର ଗ୍ରହଣ କରିଥିଲେ । ପଦ୍ମପୁର ସହରରେ ଥିବା ତାଙ୍କର ବହୁ ଜଣାଶୁଣା ଛାତ୍ର ଛାତ୍ରୀ ଆଜି ଏହି ମହାନ ବ୍ୟକ୍ତିଙ୍କର ସରଳ ସ୍ୱଭାବ,  ନିଃସ୍ୱାର୍ଥପର ଶିକ୍ଷା ଦାନ, ହସ ହସ କଥାକୁ ଝୁରି ହେଉଛନ୍ତି । ସେହି ତାଙ୍କର ସମ୍ପର୍କୀୟ ମାନେ ଅନୁଗାମୀ ମାନେ, ତାଙ୍କର ନିବିଡ଼ ବନ୍ଧୁତ୍ୱ ସହଯୋଗ ର ମନୋଭାବ କୁ ସ୍ମରଣ କରୁଛନ୍ତି । ସେ  ତାଙ୍କ ସ୍ତ୍ରୀ , ପୁଅ,ବୋହୁ,  ଝିଆ,ଜ୍ୱାଇଁ ଓ ସାନ ଝିଅକୁ  ଛାଡି ଚିର ଦିନ ପାଇଁ ଚାଲି ଯାଇଛନ୍ତି, ଆଜି ସକାଳ ରାଜା ପଡା ସ୍ଥିତ ତାଙ୍କ ବାସ ଭବନରେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିକ୍ଷକ ସମାଜ, ଛାତ୍ର ଛାତ୍ରୀ ଗଣ ଶେଷ ଦର୍ଶନ କରିଥିଲେ ।  ତାଙ୍କ ମୃତ ଦେହକୁ ତାଙ୍କ ଗ୍ରାମର ସାଲେବାହାଲିରେ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଏକ ମାତ୍ର ପୁତ୍ର ଆଲୋକ ମହାନ୍ତି ମୁଖାଗ୍ନି ଦେଇଥିଲେ । 

 

0
0
0
s2sdefault