ହେଡଲାଇନସ୍:

ଏମିତି ବି ହୁଏ ଅଘଟଣ : ଆଗ ଚକ ଉଠିଗଲା, ପ୍ରାଣ ଚାଲିଗଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଟ୍ରାକ୍ଟର ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ପାଇକମାଲର ବରିଷ୍ଠ ଅଧିବକ୍ତା ଶ୍ରୀ ମନୋଜ କୁମାର ତ୍ରିବେଦୀଙ୍କର ଘରେ  ଟ୍ରାକ୍ଟର ଦ୍ୱାରା ମାଟି ଫିଲିଙ୍ଗ କାମ ଚାଲୁଥିଲା । ଏହି ସମୟରେ ମାଟି ବୋଝେଇ ଏକ ଟ୍ରାକ୍ଟର ଖାଲି କରୁଥିବା ସମୟରେ ଟ୍ରାକ୍ଟର ଓ ଟ୍ରଲି କୁ ସଂଯୋଗ କରୁଥିବା ପିନ ଟି ଭାଙ୍ଗି ଯିବାରୁ ଟ୍ରାକ୍ଟରର ଆଗ ଚକ ଉପରକୁ ଉଠିଯିବା ଫଳରେ ଟ୍ରାକ୍ଟର ଡ୍ରାଇଭର ଟି ଷ୍ଟେରିଂ ଓ ଡ଼ାଲା ମଝିରେ ଚାପି ହେଇ ଯାଇଥିଲା । ଏହା ଦେଖି କାମ  କରୁଥିବା ଲୋକ ଓ ଅନ୍ୟ ଡ୍ରାଇଭର ମାନେ ଆହତ ଡ୍ରାଇଭର କୁ ଉଦ୍ଧର କରି ପାଇକମାଲ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତରଖାନା ପହଂଚିବାର କିଛି ସନେ ଭିତରେ ଡ୍ରାଇଭର ର ମୃତ୍ୟୁ ହେଇ ଯାଇଥିଲା । ପାଇକମାଲ DSP ଶ୍ରୀ ଦିନେଶ ନାଏକ ଓ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ହସ୍ପିଟାଲ କୁ ପହଂଛି ଶବ ଜବତ କରିବା ସହିତ ଥାନା ଅଧିକାରୀ ପାଇକମାଲ ଥାନାରେ କେଶ ନମ୍ବର 86 / 20ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଶବ ଜବତ ହେଲାପରେ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକୁ ପଠେଇ ଦିଆଯାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟା ସମୟରେ ମୃତକ ଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେଇଥିବା ପରିବାର ତରଫରୁ ଜଣା ପଡ଼ିଛି ।

0
0
0
s2sdefault