ହେଡଲାଇନସ୍:

ମାଛ ମାରିଯିବା ହେଲା କାଳ, ପୋଖରୀରୁ ମୃତ ଦେହ ଉଦ୍ଧାର ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 "ଦ୍ବନ୍ଦ୍ବରେ ସୁବଳୟା ପୋଲିସ, ହତ୍ୟା ନା ଅଘଟଣ   "

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଲପାଲି ଗ୍ରାମ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ହେଲେ ବିଶାଲପାଲି ଗ୍ରାମର ସୁରେଶ ବୁଡା( ୪୦) । ସୂଚନା ଅନୁସାରେ ଗତ ରାତିରେ ପ୍ରାୟ ୯ ଟା ସମୟରେ ସୁରେଶ ଓ ଘାସିରାମ ଜଗଦଲା ଙ୍କ ସହ ନିକଟସ୍ଥ ପୋଖରୀକୁ ମାଛ ମାରିବାକୁ ଯାଇଥିଲେ । ଏହି ସମୟରେ ସାଙ୍ଗରେ ଥିବା ଘାସିରାମ ତାଙ୍କର ଇଟା ଭାଟିକୁ ଯାଇଥିଲେ । କିଛି ସମୟ ପରେ ଫେରିବା ବେଳକୁ  ସୁରେଶ ଙ୍କୁ ଦେଖିବାକୁ ପାଇନଥିଲେ । ପୋଖରୀ ହୁଡାରେ ତାଙ୍କର ଗାମୁଛା ଓ ଚପଲ ଦେଖି ସନ୍ଦେହ ହେବାରୁ ଯୁବକ ଜଣକ ପୋଖରୀ ଭିତରକୁ ଯାଇ ଖୋଜିଥିଲେ ।ପରେ ସୁରେଶଙ୍କୁ ପାଣିରୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଙ୍କ ଭେଣେଇ ଅଣାକାର ବାଘ ଅଭିଯୋଗ କ୍ରମେ,  ସୁବଳୟା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତ ଦେହ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଥିଲା । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ସୁବଳୟା ଥାନାରେ ଅପମୃତ୍ୟୁ ମାମଲା(କେସ  ନଂ-୩୵୨୦) ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ସୂଚନା । ସୁରେଶ ଙ୍କ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବରେ  ସୁବଳୟା ପୋଲିସ । ୪୦ ବର୍ଷର ଯୁବକ ସୁରେଶ ପୋଖରୀରେ କମ ପାଣି ଥିବା ବେଳେ କିଭଳି ଭାବରେ ସେ ବୁଡିଯାଇଥିଲେ ? ତାଙ୍କର ପାଟିରୁ କେଉଁ କାରଣରୁ ଫେଣ ବାହାରୁଥିଲା ? ତାଙ୍କୁ ବିଷାକ୍ତ ସାପ କାମୁଡି ଥିଲା କି ?  ନାଁ ତାଙ୍କୁ ଯୋଜନାବଦ୍ଧ ଭାବେ ବିଷାକ୍ତ ଖାଦ୍ୟ ଦେଇ ପୋଖରୀରକୁ ଫିଙ୍ଗି ଦେଇଥିବା ଅଞ୍ଚଳରେ ଏଭଲି ଚର୍ଚ୍ଚା ହେଉଛି । ପୋଲିସ ଅଧିକ ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୁବଳୟା ଥାନା ଅଧିକାରୀ ପ୍ରଦୀପ ପଧାନ ଠାରୁ ସୂଚନା ମିଳିଛି ।

0
0
0
s2sdefault