ହେଡଲାଇନସ୍:

ନୃସିଂହନାଥରେ ପର୍ଯଟକ ଙ୍କର ହୃଦଘାତରେ ମୃତ୍ୟୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲାର ପବିତ୍ର ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଆଜି ଜଣେ ପର୍ଯଟକ ଙ୍କର ହୃଦଘାତ ରେ ମୃତ୍ୟୁ ହେଇଯାଇଛି । ପ୍ରାପ୍ତ ବିବରଣୀ ରୁ ଜଣା ପଡ଼ିଛି ଯେ ନୂଆପଡା ଜିଲ୍ଲା ବେଳଟୁକୁରି ଗ୍ରାମର ଶ୍ରୀ ରେଖୁରାମ ଚନ୍ଦ୍ରାକର ତାଙ୍କର ପରିବାର ଓ ବନ୍ଧୁ ବର୍ଗ ଙ୍କର ସହିତ ନୃସିଂହନାଥ ଆସିଥିଲେ । ମନ୍ଦିର ନିକଟରୁ ପାହାଡ଼ ଚଢି ସେମାନେ ପଞ୍ଚୁ ପାଣ୍ଡବ ଘାଟକୁ ଯିବା ସମୟରେ ତାଙ୍କର ଦେହ ଅସୁସ୍ଥ ହେଇ ପଡିଥିଲା । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଏହି ଖବର ପାଇବା ପରେ ତୁରନ୍ତ ନିଜ ତତ୍ୱବାଧାନରେ ମନ୍ଦିରର ସେବାୟତ ମାନଙ୍କ ଦ୍ୱାର ତାଙ୍କୁ ପାଇକମାଲ ଡାକ୍ତର ଖାନାକୁ ପଠେଇ ଥିଲେ । ଡାକ୍ତର ଖାନାରେ ଡାକ୍ତର ରେଖୁ ରାମଙ୍କୁ ମୃତ ଘୋଷଣା କରିଥିଲେ । ଅନୁମାନ କରାଯାଉଛି ଯେ ହୃଦଘାତରେ ରଖୁରାମ ଙ୍କ ମୃତ୍ୟୁ ହେଇଯାଇଛି ।

       ଘଟଣା ସ୍ଥଳରେ ପାଇକମାଲ ପୋଲିସ ପହଂଛି UD କେଶ ନମ୍ବର3/20 ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକୁ ପଠାଇ ଦେଇଥିବା ପୋଲିସ ଅଧିକାରୀ ଶ୍ରୀ ଏସ କେ  ଦାସ ସୂଚନା ଦେଇଛନ୍ତି ।

0
0
0
s2sdefault