ବିବାହର ପ୍ରତିଶୃତି ଦେଇ ପ୍ରେମିକାକୁ ପ୍ରତାରଣା ଅଭିଯୋଗରେ ପ୍ରେମିକ ଗିରଫ
ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଗ୍ରାମର ଜଣେ ଯୁବତୀ ସହ ୧୦ବର୍ଷ ପ୍ରେମ ସଂପର୍କ ରଖିବା ପରେ ଜଣେ ଯୁବକ ବିବାହ ପାଇଁ ମନା କରିଦେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ଓ ତାଙ୍କ ପରିବାର ବର୍ଗ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଯୁବକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଯୁବକ ଜଣକ ହେଲେ ଥେରୁବାଲି ଆଦିବାସୀ ସାହିର ୩୧ବର୍ଷୀୟ ଯୁବକ ମହେନ୍ଦ୍ର ବାଗ । ମିିଳିଥିବା ସୂଚନା ପ୍ରକାରେ ଗତ ୧୦ବର୍ଷ ତଳେ ଥେରୁବାଲି ଆଦିବାସୀ ସାହିର ଜଣେ ଯୁବତୀଙ୍କ ସହ ମହେନ୍ଦ୍ରର ପ୍ରେମ ସଂପର୍କ ଗଢି ଉଠିଥିଲା । ଏତେ ବର୍ଷର ପ୍ରେମ ସଂପର୍କରେ ବହୁବାର ମହେନ୍ଦ୍ର ନିଜ ପ୍ରେମିକା ସହ ଶାରିରୀକ ସଂପର୍କ ରଖିଆସୁଥିବା ବେଳେ ଅନେକ ଥର ତାର ଗର୍ଭ ନଷ୍ଟ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ତେବେ ଯୁବତୀ ଜଣକ ବାରମ୍ବାର ବିବାହ ପାଇଁ ପ୍ରେମିକ ମହେନ୍ଦ୍ରକୁ କହିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସେ ବିବାହକୁ ମନା କରିଦେଉଥିଲା । ଶେଷରେ ମହେନ୍ଦ୍ର ଠାରୁ ପ୍ରତାରଣା ପାଇ ଯୁବତୀ ଜଣକ ଚାନ୍ଦିଲି ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ଏତଲାକୁ ଭିତି କରି ଚାନ୍ଦିିଲି ଥାନାରେ କେସ ନମ୍ବର ୧୫/୨୦୨୦ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମହେନ୍ଦ୍ରକୁ ଗିରଫ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।