ହେଡଲାଇନସ୍:

ଟାଟା ଷ୍ଟିଲ ପକ୍ଷରୁ କଳିଙ୍ଗନଗରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳିଙ୍ଗନଗର/ଜୟଶଙ୍କର ଦାଶ : ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ଲୌହ ନିର୍ମାଣ କର୍ମଚାରୀ ସମ୍ପର୍କ ମଞ୍ଚ (ଇଆରଏଫ୍) ପକ୍ଷରୁ ଆଜି କଳିଙ୍ଗନଗରର ଡୁବୁରୀ ଛକରେ ଏକ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି । ଲୌହ ନିର୍ମାଣ କର୍ମଚାରୀ ସମ୍ପର୍କ ମଞ୍ଚ (ଇଆରଏଫ୍)ର ଅଧ୍ୟକ୍ଷ ଶ୍ରୀ ସି ଏଲ୍ କର୍ଣ୍ଣ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଡୁବୁରୀ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ “ସଡ଼କ ସୁରକ୍ଷା” ଉପରେସେମାନଙ୍କ ପଦକ୍ଷେପ ପାଇଁ ପ୍ରଶଂସିତ କରିବା ଓ ସେମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଡ଼କ ସୁରକ୍ଷାର ଗୁରୁତ୍ୱ ବିଷୟରେ ସେମାନଙ୍କୁ ସ୍ପଷ୍ଟ ଭାବେ ଅବଗତ କରାଯିବା ସହିିତ ଲୋକମାନଙ୍କୁ ଏହା ସମ୍ପର୍କରେ ସଚେତନ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଜଣେ ଦାୟିତ୍ୱବାନ ନାଗରିକ ଭାବେ ସଡ଼କ ସୁରକ୍ଷା ପ୍ରତି ସେମାନଙ୍କ ନିଷ୍ଠାକୁ ପ୍ରଶଂସା ମଧ୍ୟ  କରାଯାଇଥିଲା । 

 ସମ୍ପ୍ରତି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘଟୁଥିବା ଦୁର୍ଘଟଣା ଓ ଏଥିରେ ହେଉଥିବା ଜୀବନ ହାନି ସହିତ ବହୁ ଲୋକ ଆହତ ହେଉଥିବାରୁ ଏହି କାର୍ଯ୍ୟକ୍ରମର ବେଶ୍ ଗୁରୁତ୍ୱ ରହିଛି । ସାମାନ୍ୟ ଅସାବଧାନତା ଗୁରୁତର ଆଘାତ ସୃଷ୍ଟି କରିପାରେ, ତେଣୁ ଆମେ ସବୁ ସମୟରେ ଟ୍ରାଫିକ୍ ନିୟମ ପାଳନ କରିବା ଉଚିିତ ବୋଲି ବିଭିନ୍ନ ପଥାଚାରୀ ଓ ଆରୋହୀଙ୍କୁ ସଚେତନ କରାଯାଇଥିଲା । 

ଟାଟା ଷ୍ଟିଲ ‘ସୁରକ୍ଷା’ କୁ ସର୍ବଦା ଗୁରୁତ୍ୱ ଦେଇଆସିଛି ଓ ନିଜ ପ୍ରଦର୍ଶନ ପରିମାପରେ ମଧ୍ୟ ଏହାକୁ ସାମିଲ କରିଛି । ଏଭଳି ପଦକ୍ଷେପ କମ୍ପାନୀର କର୍ମଚାରୀ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇବାରେ ସହାୟକ ହେବ ବୋଲି  ଆଶା କରାଯାଉଛି । 

 

0
0
0
s2sdefault