ବାଲିପାଟଣା ବାବା ବିଲ ଗୋରେଖନାଥ ମନ୍ଦିରରେ ମାହିକୋ କମ୍ପାନୀ ପକ୍ଷରୁ ଚାଷୀ ସମାବେଶ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗ। ପଞ୍ଚାୟତ ବାଲିପାଟଣା ଗ୍ରାମର ବାବା ବିଲ ଗୋରେଖନାଥ ମନ୍ଦିର ପ୍ରାଙ୍ଗଣରେ ମାହିକୋ କମ୍ପାନୀ ପକ୍ଷରୁ "ଜଳଧି"ଧାନର ଅଧିକ ଅମଳ କ୍ଷମତାକୁ ନେଇ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକ ରଞ୍ଜନ କୁମାର ମାହୁନ୍ତ ସଭାପତିତ୍ବ କରି "ଜଳଧି"ଧାନ ଚାଷ କରିଥିବା ଚାଷୀ କମ୍ ସମୟ ମଧ୍ୟରେ କିପରି ଅଧିକ ଅମଳ ପାଇପାରିଛନ୍ତି ଏହାର ପ୍ରଣାଳୀ ସମ୍ବନ୍ଧରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ। ମହାରାଷ୍ଟ୍ର ହାଇବ୍ରିଡ ସିଡ୍ସ କର୍ପୋରେସନ କମ୍ପାନୀ ର ମ୍ୟାନେଜର ମନିସ ସେହଗଲ ଉକ୍ତ ଧାନର ବୈଶିଷ୍ଟ୍ୟ ଓ ଚାଷର ନିୟମାବଳୀ ଗୁଡିକ ବିଷୟରେ ଆଲୋକପାତ କରିବା ସହିତ ତିର୍ତ୍ତୋଲ ର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ କୃଷି ଅଫିସର ରବିନ୍ଦ୍ର କୁମାର ସିଂ ଉପସ୍ଥିତ ରହି ଉକ୍ତ ଧାନର ଅମଳ ସମ୍ବନ୍ଧରେ ନିଜର ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉକ୍ତ ପଞ୍ଚାୟତର ଅକ୍ଷୟ ଦାସ,ନୟନ ପାଳ,କମଳାକାନ୍ତ ପରିଡା,ଚିତ୍ତ ରଞ୍ଜନ ସାହୁ,ଗୋଲେଖ ନାୟକ,ବଂଶିଧର ସ୍ୱାଇଁ,ରବିନ୍ଦ୍ର ମହାନ୍ତି ରଂଜିତ ସାହୁ,ଆର୍ତବଲ୍ଲବ ନାୟକ,ବସନ୍ତ ସାହୁ,ପବିତ୍ର ପରିଜା,ପ୍ରକାଶ ମଲ୍ଲିକ,ତପନ ବେହେରା,ବିପିନ୍ ମହାନ୍ତି ନୃସି଼ଂହ ଦାସ,ରାମଚନ୍ଦ୍ର ମହାପାତ୍ର,ଅର୍ଜୁନ ଦାସ,ଜିତେନ୍ଦ୍ର ଦାସ,ଧୃବ ସାହୁ,ସୁନାକର ରାଉତଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ସେଲ୍ସ ଅଫିସର ମନୋଜ କୁମାର ଦେବତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault