ହେଡଲାଇନସ୍:

ଫେଡେନା ସ୍କୁଲ୍ ଇଆରପିକୁ ଅଧିଗ୍ରହଣ କଲା ପ୍ରାକ୍ଟିକାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପରିଣତ ହେଲା ବ୍ୟାପକ ଏଡଟେକ୍ ଉତ୍ପାଦ ସୁଟ୍ ସହିତ ବିଶ୍ୱର ପ୍ରଥମ କମ୍ପାନୀ

  • ଏହା ୪୦,୦୦୦ ଅନୁଷ୍ଠାନର ଆକ୍ସେସ ହାସଲ କରିଛି

  • ରହିଛନ୍ତି ୧୮୦+ ଦେଶରେ ୨୦ ନିୟୁତରୁ ଅଧିକ ୟୁଜର

ଭୁବନେଶ୍ୱର: ପ୍ରାକ୍ଟିକାଲି, ଭାରତର ପ୍ରଥମ ଅଭିଜ୍ଞତାମୂଳକ ପଠନ ଆପ୍ ଯାହାକୁ ୬ଷ୍ଠ ଠାରୁ ୧୨ଶ ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଫେଡେନା (ଫୋରାଡିଆନ୍ ଟେକ୍‌ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍‌) କୁ ଅଧିଗ୍ରହଣ କରିଛିି ଯାହା ବିଶ୍ୱର ସବୁଠାରୁ ବ୍ୟାପକ ଭାବରେ ବ୍ୟବହୃତ ଇଆରପି ଅଟେ । ଏହି ଅଧିଗ୍ରହଣ ଫଳରେ, ପ୍ରାକ୍ଟିକାଲି ବିଶ୍ୱର ପ୍ରଥମ ଏଡଟେକ୍ କମ୍ପାନୀରେ ପରିଣତ ହୋଇଛି ଯାହାକି ସ୍କୁଲ ପାଇଁ ବ୍ୟାପକ ଏଣ୍ଡ-ଟୁ-ଏଣ୍ଡ ଉତ୍ପାଦ ସୁଟକୁ ପ୍ରଦାନ କରୁଛି । ଏହି ସମନ୍ୱିତ ଉତ୍ପାଦଟି ବର୍ତମାନ ୱାନ-ଇନ୍‌-ଅଲ୍ ଉତ୍ପାଦ ଓ ସେବା ପ୍ରଦାନ କରିବ ଯାହା ଏକ ସ୍କୁଲର ଆବଶ୍ୟକ । ଏଥିରେ ସାମିଲ୍ ରହିଛି ଅଭିଜ୍ଞତାମୂଳକ ପଠନ ବିଷୟ, ନୂତନ ଓ ସହଯୋଗମୂଳକ ଶିକ୍ଷଣ ଟୁଲ୍‌ସ, ବ୍ୟବହାରରେ ସହଜ ଆଡମିନିଷ୍ଟ୍ରେଟିଭ୍ ଓ ସପୋର୍ଟ ଟୁଲ୍‌ସ ।
ପ୍ରାକ୍ଟିକାଲିକୁ ନିକଟରେ ଟ୍ରାକ୍ସନ ଦ୍ୱାରା ‘ମିନିକର୍ଣ୍ଣ’ ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଛି । ଆର୍ଟିଫିସିଆଲ୍ ଇଂଟେଲିଜେନ୍‌ସ (ଏଆଇ) ଓ ଅଗମେଂଟେଡ୍ ରିଆଲିଟି (ଏଆଇ) ମାଧ୍ୟମରେ ଏହା ଛାତ୍ରମାନଙ୍କୁ ଉତ୍କୃଷ୍ଟ ପଠନ ସୁବିଦା ପ୍ରଦାନ କରୁଛି । ଫେଡେନା ଅନ୍ୟ ପକ୍ଷରେ ଶିକ୍ଷାନୁଷ୍ଠାନ ପାଇଁ କ୍ଲାଉଡ-ଭିତିକ ସମାଧାନ ସହଜିଆ ଆଡିମିନିଷ୍ଟ୍ରେଟିଭ୍ ଓ ରିସୋର୍ସ ପ୍ଲାନିଂ ପାଇଁ ପ୍ରଦାନ କରୁଛି । ବର୍ତମାନ, ଏହାର ଓପନ ସୋର୍ସ ପ୍ରକଳ୍ପ ମାଧ୍ୟମରେ, ଫେଡେନାର ଉତ୍ପାଦକୁ ବ୍ୟାପକ ଭାବାରେ ୪୦,୦୦୦ ଅନୁଷ୍ଠାନ ଦ୍ୱାରା, ୨୦ ନିୟୁତ ୟୁଜରଙ୍କ ଦ୍ୱାରା ୨୦ ଟି ଭାଷାରେ ଭାରତ, ମିଡିଲ ଇଷ୍ଟ, ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ ପ୍ରମୁଖ ବଜାରେ ଭାବରେ ୧୮୦+ ଦେଶରେ ପ୍ରଦାନ କରାଯାଉଛି । ଏହାର ବାଣିଜ୍ୟିକ ଓ କଷ୍ଟମାଇଜଡ୍ ଅଫରିଂ ଜରିଆରେ, ଫେଡେନା ସାରା ବିଶ୍ୱରେ ୧୦୦୦+ ଶିକ୍ଷା ବ୍ରାଣ୍ଡକୁ ସେବା ପ୍ରଦାନ କରିଛି ।
ସ୍କୁଲ୍ ମ୍ୟାନେଜମେଂଟ ସଫ୍‌ଟଓୟାର ବ୍ୟତୀତ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ନାମଲେଖା, ଏଚଆର ସମ୍ପର୍କିତ ଅପରେସନ, ପରୀକ୍ଷା ଓ କାର୍ଯ୍ୟକ୍ରମ ପରିଚାଳନା, ସ୍କୁଲ୍ ଆଇଡି କାର୍ଡ଼ ଜେନେରେସନ, ସହଜରେ ବ୍ୟବହାର କରି ହେଉଥିବା ଫେଡେନା ସଫ୍‌ଟଓୟାର ଅଭିଭାବକ –ଶିକ୍ଷକଙ୍କ ସହବନ୍ଧନ ପାଇଁ ମଧ୍ୟ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଏଥିରେ ମଧ୍ୟ ଫି ପରିଚାଳନା ଓ ଅନଲାଇନ୍ ଓ ଅନଲାଇନ୍ ପେମେଂଟ, ଗ୍ରେଡ୍ ବୁକ୍‌ସ ଓ ରିପୋର୍ଟ, ଟାଇମଟେବୁଲର ପରିଚାଳନା, ଉପସ୍ଥାପନ ଓ ସିଡ୍ୟୁଲିଂ, ଅନଲାଇନ ପରୀକ୍ଷା ଆଦି ଅନେକ ସୁବିଧା ରହିଛି । ଏହି ଅଧିଗ୍ରହଣ ଜରିଆରେ ପ୍ରାକ୍ଟିକାଲିର ଇଡଟେ୍‌କ ଇକୋ ସିଷ୍ଟମ ଟି ଆହୁରି ମଜବୁତ୍ ହୋଇଛି ଓ ଏହା ନିଜକୁ ଘରୋଇ ତଥା ବିଶ୍ୱ ବଜାରରେ ପହଂଚାଇ ପାରିଛି । ଏହି ଅଧିଗ୍ରହଣ ଜରିଆରେ, ପ୍ରାକ୍ଟିକାଲି ମଧ୍ୟ ଉଚ୍ଚ ମାନର କଂଟେଟ୍‌, ସିମୁଲେସନ, ଗେମ୍‌ସ ଓ ଏହାର ରବଷ୍ଟ ଟେଷ୍ଟ-ପ୍ରେପ୍ ପ୍ଳାଟଫର୍ମକୁ ଫେଡେନା ସ୍କୁଲର ବ୍ୟାପକ ନେଟୱର୍କଙ୍କୁ ପ୍ରଦାନ କରିବ ।

ମିସ୍ ଚାରୁ ନୋହେରିଆ, ସହ-ପ୍ରତିଷ୍ଠାତା ଓ ସିଓଓ, ପ୍ରାକ୍ଟିକାଲି

ଏହି ଅଧିଗ୍ରହଣ ଉପରେ ସୂଚନା ପ୍ରଦାନ କରି ମିସ୍ ଚାରୁ ନୋହେରିଆ, ସହ-ପ୍ରତିଷ୍ଠାତା ଓ ସିଓଓ, ପ୍ରାକ୍ଟିକାଲି କହିଛନ୍ତି ଯେ, “ଆମେ ଏହା ଘୋଷଣା କରି ଆନନ୍ଦିତ ଯେ ପ୍ରାକ୍ଟିକାଲି ବିଶ୍ୱର ପ୍ରଥମ ସବୁଠାରୁ ବ୍ୟାପକ ଏଡଯେକ୍ ଉତ୍ପାଦ ସୁଟ୍ ହୋଇପାରିଛି । ଫେଡେନା ହେଉଛି ସାରା ବିଶ୍ୱରେ ସ୍ୱୀକୃତ ଏକ ସମାଧାନ ପ୍ରଦାନକାରୀ ଯାହାକି ଶିକ୍ଷାନୁଷ୍ଠାନ ଗୁଡ଼ିକର ସ୍କୁଲ୍ ପରିଚାଳନା କାର୍ଯ୍ୟକାରୀତାକୁ ଗୋଟିଏ ସଫ୍‌ଟଓୟାରରେ ସମନ୍ୱିତ କରି ପ୍ରଶାସିନକ ଖର୍ଚ୍ଚକୁ ବହୁ ମାତ୍ରାରେ କମ୍ କରିପାରିଛି । ଏହି ପଦକ୍ଷେପ ମାଧ୍ୟମରେ କେବଳ ଆମର ସକ୍ରିୟ ୟୁଜର ବେସଙ୍କୁ ଉନ୍ନତି ମିଳି ନାହିଁ ବରଂ ଏହା ସହିତ ସାରା ବିଶ୍ୱରେ ଏହା ପହଂଚି ପାରିଛି ଓ ଏହା ସହିତ ଆମେ ଫେଡେନାର ପ୍ରଚଳିତ ସ୍କୁଲର ନେଟୱର୍କକୁ ମଧ୍ୟ ଆମର ଉତ୍ପାଦ ଓ ସେବା ପ୍ରଦାନ କରୁଛୁ ।”
“ପ୍ରାକ୍ଟିକାଲି ଭାରତ, ମିଡିଲ୍ ଇଷ୍ଟରେ ସ୍କୁଲ୍ ଶିକ୍ଷା କ୍ଷେତ୍ରରେ ଏକ ଦୃଢ଼ ଉପସ୍ଥିତି ସୃଷ୍ଟି କରିପାରିଛି । ଏହା ସହିତ ଧୀରେ ଧୀରେ ଏହା ଅନ୍ୟ ଦେଶକୁ ମଧ୍ୟ ସଂପ୍ରସାରିତ ହେଉଛି । ଆମେ ସାରା ବିଶ୍ୱରେ ଥିବା ସ୍କୁଲରେ ସର୍ବୋତମ ପ୍ରଯୁକ୍ତି ପହଂଚାଇବାକୁ ଚେଷ୍ଟିତ । ସ୍କୁଲଗୁଡ଼ିକ ପାଇଁ ନୂତନ ଏଡଟେକ୍ ଉତ୍ପାଦକୁ ପହଂଚାଇବା ପାଇଁ ପ୍ରାକ୍ଟିକାଲିର ଲକ୍ଷ୍ୟର ଏକ ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ପ୍ରାକ୍ଟିକାଲି ଉତ୍ପାଦ ଓ ଟିମର ଏକ ଅଂଶ ହୋଇଥିବାରୁ, ଫେଡେନାର ନିଜସ୍ୱ ବ୍ୟବସ୍ଥା ମଧ୍ୟମରେ ଏହା ଆହୁରି ଅଧିକ ଆଦୃତ ହୋଇପାରିବ ବୋଲି କହିଛନ୍ତି” ଶ୍ରୀଯୁକ୍ତ ନୀଳକଣ୍ଠ କରିଞ୍ଜେ, ଫେଡେନାର ସିଇଓ (ଫୋରାଡିଆନ୍ ଟେକନୋଲେଜିସ୍‌) ।

0
0
0
s2sdefault