ହଙ୍ଗାମା ତରଫରୁ ‘ହଙ୍ଗାମା ହାଏ ଲାଇଫ’ ଲାଇଫ ଷ୍ଟାଇଲ ପ୍ରଡକ୍ଟସ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ହଙ୍ଗାମା ଲାଇଫ୍ ପକ୍ଷରୁ ଗ୍ରାହକମାନଙ୍କ ନିମନ୍ତେ ବ୍ଲୁଟୁଥ୍, ହେଡଫୋନ, ଟ୍ରୁଲି ୱାୟାରଲେସ୍, ନେକ୍ବ୍ୟାଣ୍ଡସ୍ ଏବଂ ବ୍ଲୁଟୁଥ୍ ସ୍ପିକର ଭଳି ସମସ୍ତ କଂଜୟୁମର ଟେକନୋଲୋଜି ପ୍ରଡକ୍ଟସ ମାନ ପ୍ରସ୍ତୁତ ହୋଇଛି । ଏହା ଅନ୍ଲାଇନ୍ କମର୍ସିଆଲ ସାଇଟ୍ ଆମାଜନ ଇଣ୍ଡିଆ ଏବଂ ଫ୍ଲିପକାର୍ଟରେ ମାତ୍ର ୨,୧୯୯ ଟଙ୍କାରୁ ଆରମ୍ଭ କରି ୪,୯୯୯ ଟଙ୍କା ମଧ୍ୟରେ ପାଇପାରିବୋ
ହଙ୍ଗାମା ମୁ୍ୟଜିକ୍ ଏବଂ ଭିଡିଓ ସ୍ଟ୍ରିମିଙ୍ଗ ପ୍ଲାଟଫର୍ମ’ ହଙ୍ଗାମା ମ୍ୟୁଜିକ ଏବଂ ହଙ୍ଗାମା ପ୍ଲେରେ ଉପଭୋକ୍ତାମାନେ ପ୍ରତ୍ୟେକ କ୍ରୟରେ ବାର୍ଷିକ ସବସ୍କ୍ରିପସନ ପାଇବେ । ଯଦ୍ୱାରା ଉପଭୋକ୍ତା ବର୍ଷସାରା ଭରପୁର ମନୋରଞ୍ଜନର ସୁବିଧା ପାଇପାରିବେ । ଯାହାକି ପ୍ରତ୍ୟେକ କ୍ରୟରେ ପ୍ରଦତ ଏନ୍ଏଫ୍ସି କାର୍ଡ କିମ୍ବା ପ୍ରଡକ୍ଟ ରେ ଦିଆଯାଇଥିବା କ୍ୟୁଆର୍ କୋଡ୍ ଦ୍ୱାରା ଆକ୍ଟିଭ୍ ହେବ ।
‘ହଙ୍ଗାମା ହାଏ ଲାଇଫ୍’ର ପ୍ରଡକ୍ଟ ସହ ଏହାର ନୂତନ ପ୍ରଡକ୍ଟସମାନ ହେଉଛି ବଜ୍୧୦୧୍, ବ୍ଲୁଟୁଥ୍ ହେଡ୍ଫୋନ ଯାହାକି ଉନ୍ନତଧରଣର ବାସ୍, ପ୍ୟାସିଭ୍ ନଏଜ୍ କ୍ୟାନସଲେସନ୍ ଏବଂ ୧ ଘଣ୍ଟା ର ଚାର୍ଜିଂ ରେ ୯ ଘନ୍ଟାରୁ ଅଧିକ ସମୟ ବ୍ୟବହାରର ସୁଯୋଗ ଉଠାଇପାରିବେ । ଏହାର ହେଡ୍ ଫୋନଗୁଡିିକ ଝାଳପ୍ରତିରୋଧକ ହୋଇଥିବାରୁ ଭାରତର ଗରମ ପରିବେଶରେ ମଧ୍ୟ ଏହା ସହଜରେ ବ୍ୟବହାର କରିହେବ । ବଜ୍ ୧୦୧ର ମୂଲ୍ୟ ୪,୯୯୯ ଟଙ୍କା ରହିଛି । ଜମ୍ପ ୧୦୧ ନେକ୍ବ୍ୟାଣ୍ଡର ମୁଲ୍ୟ ୨,୧୯୯ ଟଙ୍କା ରହିଛି, ଯାହା ୩୦ ମିନିଟ୍ରେ ୮୦% ଚାର୍ଜିଂ ସହିତ ୧୨ ଘନ୍ଟାରୁ ଅଧିକ ବ୍ୟବହାର କରିହେବ । ଏହାର ଉନ୍ନତଧରଣର ମ୍ୟାକ୍ସ୍-ବାସ୍ ୱାର୍କଆଉଟ୍ ସମୟରେ ଝାଳ ପ୍ରତିରୋଧକ ହୋଇ ଥିବାରୁ ବହୁତ ସାହାଯ୍ୟ କରିଥାଏ । ବାଉନ୍ସ୍ ୧୦୧ ୱାୟାରଲେସ୍ ଇଅରବଡ୍ରେ ଆଇପିଏକ୍ସ୍୪ ଜଳ ପ୍ରତିରୋଧକ ରେଟିଂ, ଉନ୍ନତଧରଣର ବାସ୍ ଏବଂ କ୍ରିଷ୍ଟଲ କ୍ଲିଅର ସାଉଣ୍ଡ ମାତ୍ର ୨,୯୯୯ ଟଙ୍କାରେ ସୁବିଧା ମିଳିପାରିବ । ବ୍ଲୁଟୁଥ୍ ସ୍ପିକର, ଗ୍ରୁଭ୍ ୧୦୧ରେ ପୋର୍ଟେବଲ ଡିଜାଇନ୍ ସହିତ ହାଲୁକା, ଇନ୍ଟିଗ୍ରେଟେଡ କନ୍ଟେ୍ରାଲ, ୧୦ ମିଟରର ରେଞ୍ଜ ଏବଂ ଏଚ୍ଡି କ୍ୱାଲିଟି ସାଉଣ୍ଡ ମାତ୍ର ୩,୯୯୯ ଟଙ୍କାରେ ପାଇପାରିବେ ।
ହଙ୍ଗାମା ଡିଜିଟାଲ ମିଡ଼ିଆର ପ୍ରତିଷ୍ଠାତା ତଥା ସିଇଓ ନିରଜ ରୟ ହଙ୍ଗାମା ହାଏଲାଇଫ୍ ବିଷୟରେ କହିଛନ୍ତି ଯେ, ଉପଭୋକ୍ତାଙ୍କ ମନୋରଞ୍ଜନ ସେବା ଉନ୍ନତଧରଣର ଲାଇଫ୍ ଷ୍ଟାଇଲ୍ ଟେକ୍ନୋଲୋଜି ପ୍ରଡ଼କସନ ବିତରଣ କରିବାରେ ପ୍ରତିଶୃତି ବଦ୍ଧ । ଭବିଷ୍ୟତରେ ସେମାନଙ୍କ ନିମନ୍ତେ ଆକର୍ଷଣୀୟ ପ୍ରଡକ୍ଟସ୍ ପ୍ରସ୍ତୁତି ସହ କମ୍ପାନୀର ଉପସ୍ଥିତିକୁ ଜାହିର କରିବାକୁ ଯାଇ ୫ରୁ ଅଧିକ ବର୍ଗରେ ବିସ୍ତାର କରିବୁ । ସେହି ୫ଟି ବର୍ଗ ହେଉଛି ଯଥା: ହଙ୍ଗାମା ହାଏଲାଇଫ୍ ପ୍ରଡ଼କସନରେ ମୋବାଇଲ୍, ଲାପଟପ୍ ସରଞ୍ଜାମ, ଫ୍ୟାସନ ପ୍ରଡ଼କସନ, ଉପଯୋଗୀ ପ୍ରଡ଼କସନ ଏବଂ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ୍ ଏବଂ ଟେକ୍ନୋଲୋଜି ।

 

 

0
0
0
s2sdefault