ଖୋଲିଲା ବହୁ ପ୍ରତିକ୍ଷିତ ମଲ ଉତ୍କଳ କନିକା ଗ୍ୟାଲେରିଆ : ଗ୍ରାହକଙ୍କୁ ଦେବ ସୁନ୍ଦର ଅନୁଭବ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଭୁବନେଶ୍ବର(ଶାସକ ପ୍ରଶାସକ) : କିଛି ଦିନ ଧରି ଚର୍ଚ୍ଚାର ବିଷୟ ପାଲଟି ଯାଇଥିବା ଉତ୍କଳ କନିକା ଗ୍ୟାଲେରିଆ ଶେଷରେ ଆତ୍ମପ୍ରକାଶ କରିଛି |  ସବୁ ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପକାଇ ଓଡ଼ିଶାର ଲୋକପ୍ରିୟ, କମିଟେଡ଼ ତଥା ବିଶ୍ୱସନୀୟ ରିୟଲ ଇଷ୍ଟେଟ ଡେଭେଲପର ଉତ୍କଳ ବିଲଡର୍ସ ପକ୍ଷରୁ କଳ୍ପନା ଛକରେ ପ୍ରତିଷ୍ଠିତ ବିଶାଳ, ଆକର୍ଷଣୀୟ ତଥା ୟୁନିକ ମଲ  ଉତ୍କଳ କନିକା ଗ୍ୟାଲେରିଆକୁ ଉଦ୍‌ଘାଟନ କରାଯାଇଛି। ଅଢ଼େଇ ଲକ୍ଷ ବର୍ଗଫୁଟ କ୍ଷେତ୍ରଫଳ ପରିମିତ ଏହି ମଲ୍‌ ରାଜଧାନୀ ବାସୀଙ୍କ ପାଇଁ ମାର୍କେଟିଙ୍ଗ ଓ ଆମୋଦ ପ୍ରମୋଦର ଏଜ ଅନନ୍ୟ ସ୍ଥଳ ହେବାକୁ ଯାଉଛି ବୋଲି ଉତ୍କଳ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ୍ୟ ଆଶା ବ୍ୟକ୍ତ କରିଛନ୍ତି | 

ଏହି ମଲ ଉଦ୍ଘାଟନ ପୂର୍ବରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଦ୍ୟ କହିଥିଲେ ଯେ ଜୀବନରେ ଉତ୍କୃଷ୍ଟ ଦ୍ରବ୍ୟ ଖରିଦ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏହି ମଲରେ ଆନ୍ତର୍ଜାତୀୟ, ଜାତୀୟ, ଏବଂ ଆଂଚଳିକ ବ୍ରାଣ୍ଡର ସମାବେଶ ଉପଲବ୍ଧ | ସବୁଠାରୁ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ବ୍ରାଣ୍ଡ ସପର୍ସ ଷ୍ଟପ୍‌ ଓଡ଼ିଶାରେ  ତାହାର ପ୍ରଥମ ଷ୍ଟୋର ଖୋଲିଛି, ଯାହାକି ଏହି ମଲର ଗୁରୁତ୍ତ୍ଵ ବୃଦ୍ଧି କରିବା ସହ ଜେଏହାକ ମାନଙ୍କୁ ମାର୍କେଟିଙ୍ଗର ଅଭିନବ ଅନୁଭୂତି ଦେବ | ଅନ୍ୟ ବ୍ରାଣ୍ଡ ମଧ୍ୟରେ   ହାମଲେଜ୍‌, ଟାଇମ୍ ଜୋନ୍, ଏମ୍ଏସି, ଫରେଷ୍ଟ ଏସେନ୍‌ସିଆଲ୍, ମାର୍କସ୍‌ ଆଣ୍ଡ୍‌ ସ୍ପେନ୍‌ସର୍ସ, ଡା ମିଲାନୋ, ରିତୁ କୁମାର ଓ ଜିମି ଭୋଗ୍‌ର ଷ୍ଟୋର୍‌ ରହିଛି। ସପର୍ସ ଷ୍ଟପ୍‌ ପକ୍ଷରୁ ପ୍ରଥମ ଥର ଲାଗି ଓଡ଼ିଶାରେ ଏହାର ଷ୍ଟୋର୍‌ ଖୋଲାଯାଇଛି। ଏହି ମଲ୍‌ରେ ଏକ ସୁବିଶାଳ  ଫୁଡ୍‌ କୋର୍ଟ ରହିଛି ଯେଉଁଥିରେ ବର୍ଗର କିଙ୍ଗ୍‌, ପିଜ୍ଜା ହଟ୍‌, କେଏଫ୍‌ସି, ଏସିଆ ୭, ଷ୍ଟ୍ରିଟ୍‌ ଫୁଡ୍‌ ବାଏ ପଞ୍ଜାବ ଗ୍ରିଲ୍‌, ୱାଓ ମୋମୋଜ୍‌, ଦୋସା ପ୍ଲାଜା ଓ ବମ୍ବେ ଟାଇମସ୍‌ ଆଦିର ଆଉଟ୍‌ଲେଟ୍‌ ରହିଛି। ଏକ ସମ୍ବାଦିକ ସମ୍ମିଳନୀରେ ଉତ୍କଳ ଗ୍ରୁପ୍‌ର ଏମ୍‌ଡି ଶରଦ ବୈଦ୍ୟ କହିଛନ୍ତି ଯେ, ଏହା କେବଳ ସପିଙ୍ଗ୍‌ ପାଇଁ ନୁହେଁ ବରଂ ସାମାଜିକ ସମ୍ପର୍କ ବଢ଼ାଇବାର ଏକ ସ୍ଥାନ ଭାବେ ଉଭା ହେବ। ଲୋକଙ୍କ ସହିତ ସମ୍ପର୍କକୁ ନିବିଡ଼ କରିବା ଲାଗି ନିୟମିତ ଭାବେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଆୟୋ‌ଜନ କରାଯିବ। କୌତୁକ, ଖାଦ୍ୟ, ଫ୍ୟାସନ  ଓ ମନୋରଞ୍ଜନର ଏହା ପ୍ରମୁଖ ସ୍ଥଳୀ ହେବ। ବିୟଣ୍ଡ ସ୍କୋୟାରଫିଟ୍‌ ନାମକ ସଂସ୍ଥା ଏହି ମଲ୍‌ର ପରିଚାଳନା କରିବ। କର୍ପୋରେଟ୍ ଜଗତର ସମସ୍ୟାକୁ ବୁଝିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଲାଗି ତାହାର ସମାଧାନ କରିଥିବାରୁ ଶ୍ରୀ ବୈଦ୍ୟ ଏହି ଅବସରରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।  ଏହି ଅବସରରେ ଉତ୍କଳ ଗ୍ରୁପ୍‌ର ନିର୍ଦେଶକ ଅମିତ ବୈଦ, ବିୟଣ୍ଡ୍‌ ସ୍କୋୟାରଫିଟ୍‌ର ଚିଫ୍ ମଲ୍‌ ମେକାନିକ୍ ସୁଶିଲ ଡୁଙ୍ଗରୁୱାଲ୍‌ ଓ ସପର୍ସ ଷ୍ଟପ୍‌ର ସିଏଫ୍‌ଓ କରୁଣାକରନ୍ ମୋହନସୁନ୍ଦରମ୍ ଉପସ୍ଥିତ ରହି ମଲର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ | 

0
0
0
s2sdefault