ଅମୃତ ସହର ବାରିପଦା :  ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଅନେକ  ସ୍ଥାନରେ ଗଦା କୁଢ଼ କୁଢ଼ ଅଳିଆ, ଠିକା କମ୍ପାନୀ ହାତରେ ଟେକିଦେଇ ବେଫିକର ପୌରସଂସ୍ଥା 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ପରିମଳ ବ୍ୟବସ୍ଥାକୁ ନେଇ ଗର୍ବ କରୁଥିଲା । ଏଥି ସହିତ ଅମୃତ ସହରରେ ସାମିଲ ହେବା ପରେ ସମଗ୍ର ଭାରତରେ ପରିମଳ ମୁକ୍ତ ପୌରପରିଷଦ ତାଲିକାରେ ଯୋଡ଼ି ହୋଇଥିଲା । ବର୍ତ୍ତମାନ ପୌରପରିଷଦର ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥା କାରଣରୁ ସହରର ବିଭିନ୍ନ ୱାଡର଼୍ରେ କୁଢ଼ କୁଢ଼ ଅଳିଆ ଜମା ହୋଇ ପରିବେଶକୁ ପ୍ରଦୂଷିତ କରାଉଥିବାର ପରିଲକ୍ଷିତ ହୋଇଛି ଏବଂ ପୂର୍ବ ସୁନାମରେ କଳାଦାଗ ସୃଷ୍ଟିକରାଇ ଦେଇଛି । 

                 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ରେ ବାରିପଦା ପୌରପରିଷଦ ପ୍ରତିଷ୍ଠା  କରି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ପୌରପରିଷଦର ଉପନଗରପାଳ ଭାବେ ନିଯୁକ୍ତି ଦେଇ ସହରର ପରିମଳ ବ୍ୟବସ୍ଥା ସହ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଥିଲେ । ଏହାପରେ ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ହୋଇ ଜାନୁଆରୀ ୨ରୁ ରାଜ୍ୟର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବାରେ ଲାଗିଲା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରୁ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ ଦିଆଯାଇ ଆସୁଥିଲା । ବାହାରୁ ଯେତେ ଜଣ ସହରକୁ ଆସିଛନ୍ତି ସମସ୍ତେ ସ୍ୱଚ୍ଛ ନିର୍ମଳ ପରିବେଶର ପ୍ରଶଂସା କରିଥାନ୍ତି । ଏହି ସମୟରେ ୨୦୧୯ରେ ପୌରପରିଷଦର କାଉନସିଲ ବୋର୍ଡ  ଭାଙ୍ଗିବା ପରେ ପରେ ସହରର ସଫେଇ ବ୍ୟବସ୍ଥାରେ ଢ଼ିଲା ହେବାର ପରିଲକ୍ଷିତ ହୋଇଥିଲା । ଏହାପରେ ଗତ ଅକ୍ଟୋବରଠାରୁ ଭୂବନେଶ୍ୱରସ୍ଥିତ ଉତ୍କଳ  ଫେସିଲିଟି ସର୍ଭିସେସ୍ ପ୍ରାଃ. ଲିଃ. ପୌରପରିଷଦର ସଫେଇ ଟେଣ୍ଡର ନେବା ପରେ ସଫେଇ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିବାର ଅଭିଯୋଗ ହେଉଛି । ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସଂଗେସଂଗେ ପୌର ନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ତଥାପି ସଫେଇ ବ୍ୟବସ୍ଥାରେ ଦେଖାଦେଇଥିବା ଅଚଳାବସ୍ଥା ସୁଧୁରିବାର ନାମ ଧରୁ ନାହିଁ । ବାରିପଦା ସରରର ୱାର୍ଡ  ନଂ ୭ ମଧୁବନ ଅଞ୍ଚଳର ରାକେଶ ପୃଷ୍ଟିଙ୍କ ଅଭିଯୋଗ ଆଧାରରେ ପୂର୍ବରୁ ସବୁ କିଛି ଠିକଠାକ  ଚାଲିଥିଲା । କେତେ ମାସ ହେବ ମଧୁବନ ବଗିଚାସାହି ଓ ଡ଼ଙ୍ଗାସାହିର ଅଳିଆ ଆବର୍ଜନା ଆସି ଦୁର୍ଗା ହୋଟେଲ ଛକରୁ ବୁଢ଼ାବଳଙ୍ଗ ନଦୀ ରାସ୍ତା ପାଶ୍ୱର୍ରେ ୪/୫ ଦିନ ଧରି ଅଳିଆ ଜମାହୋଇ ରହୁଛି । ଫଳରେ ଅଳିଆ ଗଦା ପଚି ସଢ଼ି ସେଥିରୁ ଦୁର୍ଗନ୍ଧ ବାହାରୁଛି ଏବଂ ପରିବେଶକୁ ପ୍ରଦୂଷିତ କରାଉଛି  । ପୁଣି ପବନରେ ଉଡ଼ି ଏଣେତେଣେ ଜମାହୋଇ ପରିବେଶକୁ ନଷ୍ଟ କରୁଥିବା ସମୟରେ ପୌରପରିଷଦ ଏଦିଗରେ ନିଘାନାହିଁ ପଘା ନାହିଁ ନୀତିକୁ ଆପଣେଇ ନେଇଥିବାର ଅଭିଯୋଗ କରିଛନ୍ତି ଶ୍ରୀପୁଷ୍ଟି । 

 

0
0
0
s2sdefault