ହେଡଲାଇନସ୍:

ଋତୁକାଳୀନ ଛାତ୍ରାବାସ କାହା ସ୍ୱାର୍ଥରେ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ବିଭିନ୍ନ ଗ୍ରାମରୁ ନଭେମ୍ବର ଓ ଡିସେମ୍ବର ମାସରେ ବହୁ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ କୁ ଯାଇଥାନ୍ତି । ଅନୁମୋଦିତ ସଂସ୍ଥା ବା ବ୍ୟକ୍ତି ଙ୍କର ମାଧ୍ୟମରେ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କର ଛୁଆ ମାନଙ୍କୁ ଉପଯୁକ୍ତ ଶିକ୍ଷା ତଥା ସେମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଙ୍କର ଦ୍ୱାରା ପ୍ରତ୍ୟେକ ବର୍ଷ ଏହି ଋତୁକାଳୀନ ଛାତ୍ରାବାସ କରାଯାଇଥାଏ । ସରକାର ଙ୍କର ନିୟମାବଳୀ ଅନୁସାରେ ପର୍ଯାପ୍ତ ଭିତ୍ତିଭୂମି ଥିବା ସ୍କୁଲ ମାନଙ୍କରେ ଏହିଭଳି ଋତୁକାଳୀନ ଛାତ୍ରାବାସ ହେବା କଥା କିନ୍ତୁ ବିଗତ ବର୍ଷ ମାନଙ୍କରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତବର୍ଷ ଆମେ ମୁନିକେଲ ସ୍କୁଲରେ ଚାଲିଥିବା ଋତୁକାଳୀନ ଛାତ୍ରାବାସ ର ଅବସ୍ଥା ବାବଦରେ ପ୍ରକାଶ କରିଥିଲୁ ଯେ କିଭଳି ଭାବରେ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଏହି ସ୍କୁଲରେ ଏକ ଋତୁକାଳୀନ ଛାତ୍ରାବାସ କରାଯାଇ କିଭଳି ଭାବରେ ସରକାରୀ ଅର୍ଥ ହରିଲୁଟ କରାଯାଇଥିଲା । ସବୁ ଋତୁକାଳୀନ ଛାତ୍ରାବାସ ମାନଙ୍କରେ ରହୁଥିବା ଅନ୍ତେବାସୀ ମାନଙ୍କୁ ସରକାରୀ ନିୟମାବଳୀ ମୁତାବକ ନା ମିଳିଥାଏ ଖାଇବା ନା ହି ଅନ୍ୟାନ୍ୟ ସୁବିଧା । ଏହାବ୍ୟତୀତ ଗତବର୍ଷ ଦେଖିବାକୁ ମିଳିଥିଲା ଯେ ମୁନିକେଲ ଛାତ୍ରାବାସ ରେ ଏମିତି ବହୁତ ପିଲାଥିଲେ ଯେଉଁମାନଙ୍କର ଅଭିଭାବକ ମାନେ ଦାଦନ ଖଟିବାକୁ ଯାଇ ନଥିଲେ । ସ୍କୁଲର ଜଣେ ଶିକ୍ଷକ ଅନ୍ୟ କିଛି ଗ୍ରାମର ଲୋକ ମାନଙ୍କୁ ପ୍ରବର୍ତ୍ତାଇ ସେମାନଙ୍କର ଛୁଆ ମାନଙ୍କୁ ଆଣି ଛାତ୍ରାବାସ ରେ ରଖିଥିଲେ । ଏହା ଦେଖି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ ବିରକ୍ତି ପ୍ରକାଶ କରିବା ସହିତ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଅଭିଯୋଗ ମଧ୍ୟ କରିଥିଲେ । 

       ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ମଧ୍ୟ ମୁନିକେଲରେ ଏହି ଋତୁକାଳୀନ ଛାତ୍ରାବାସ ଖୋଲିବା ପାଇଁ ଅନ୍ତେବାସୀ ଖୋଜା ଚାଲିଛି , ବିନା ଭିତ୍ତିଭୂମି ରେ । ଯେଉଁ କୋଠରୀରେ ପିଲାଙ୍କର ପାଇଁ ଖଟ ପଡିବ ସେଇ କୋଠରୀରେ ଖଟ ଉପରେ ବସି ଛୁଆ ମାନେ ପାଠ ମଧ୍ୟ ପଢିବାକୁ ବାଧ୍ୟ ହେବେ।  ଅନେକ ଗୁଡିଏ ଋତୁକାଳୀନ ଛାତ୍ରାବାସ ପଦ୍ମପୁର ଉପଖଣ୍ଡ ରେ ଖୋଲାଯିବାର ପ୍ରସ୍ତାବ ରହିଛି । କାହାରିକୁ କିଛି ଅସୁବିଧା ମଧ୍ୟ ନାହିଁ କିନ୍ତୁ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଛାତ୍ରାବାସ ଖୋଲିବା କଦାପି ଗ୍ରହଣୀୟ ହେବନାହିଁ । ଏହାସହିତ ପ୍ରକୃତ ହିତାଧିକାରୀ ମାନଙ୍କୁ ଛାତ୍ରାବାସରେ ରଖାଯାଉ । ବ୍ୟକ୍ତିଗତ ସ୍ଵାର୍ଥ କୁ ଭୁଲି ଯଦି ବାବୁ ମାନେ ସରକାରୀ ନିୟମାବଳୀ ମୁତାବକ କାମ କରିବେ ତେବେ ଆଗାମୀ ଦିନରେ ଏହି ଋତୁକାଳୀନ ଛାତ୍ରାବାସ ର ଲାଭ ପ୍ରକୃତ ହିତାଧିକାରୀ ପାଇ ପାରିବେ 

0
0
0
s2sdefault