ହେଡଲାଇନସ୍:

ଦନ୍ତା  ଆତଙ୍କ, ଉଜୁଡୁଛି ଖେତ ବଢୁଛି ଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟୁସର ପଞ୍ଚାୟତର ଅନେକ ଗ୍ରାମରେ ମାତିଛନ୍ତି ହାତୀ ପଲ,ଚିନ୍ତାରେ ଧାନଚାଷୀ.

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତର ଅନେକ ଗ୍ରାମରେ ମାତିଛନ୍ତି ହାତୀ ପଲ I ଅଞ୍ଚଳବାସୀଙ୍କ ସୂଚନା ମୁତାବକ ଦୀର୍ଘ ପାଞ୍ଚ ଦିନ ହେଲାଣି ପ୍ରାୟ ୧୭ଟି ହାତୀ ଏହି ଅଂଚଳରେ ଚାଷୀ ମାନଙ୍କର ବ୍ୟାପକ କ୍ଷତି କରୁଛନ୍ତି  I ବାମୁର ରେଞ୍ଜ ଅଧୀନରେ ଯାଉଥିବା ଓରଡା,ଭେଜିଡିହ,ବାଜପୁର, ଜଗନ୍ନାଥପୁର,ବିଜାମଳିହା ଏହି ଗ୍ରାମଗୁଡିକ  ଜଙ୍ଗଲ ପାଖାପାଖି ରହିଥିବାରୁ ହାତୀ ମାନଙ୍କ ଦୌରତ୍ମ୍ୟ ବଢିବାରେ ଲାଗିଛି ତେଣୁ ଲୋକମାନେ ବାଟରେ ଯିବା ଆସିବା କରିବା ପାଇଁ ମଧ୍ୟ ବିପଦ ମଣୁଛନ୍ତି I ସେହିପରି ଏହି ଅଞ୍ଚଳରେ ବିଦ୍ୟାଳୟ ଗୁଡିକୁ ଯିବାଆସିବା ପାଇଁ ଛାତ୍ରଛାତ୍ରୀ ମାନେ ସେହି ଜଙ୍ଗଲୀରାସ୍ତା ଦେଇ ଯାଇଥାନ୍ତି , ତେଣୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯିବାପାଇଁ ମଧ୍ୟ ବିପଦ ମଣୁଛନ୍ତି  I ଗତ ଦୁଇ ଦିନ ଭିତରେ ବିଶେଷ କରି ଭେଜିଡିହ ଗ୍ରାମର ଭଜମନ ପ୍ରଧାନ, ଅଲେଖ ଭୋଇ,ରାଜେନ୍ଦ୍ର ପ୍ରଧାନ, ବାଜପୁର ଗ୍ରାମର ଟୁନା ପ୍ରଧାନ, ଅନିଲ ପ୍ରଧାନଙ୍କ ଚାଷଜମିରେ ହାତୀପଲ ପଶି ଧାନ ଖାଇବା ସହିତ ମାଡି ଦଳି ନଷ୍ଟ କରିଛନ୍ତି I ଅଞ୍ଚଳବାସୀ ତୁରନ୍ତ ହାତୀପଲକୁ ଘୋଉଡାଇବାକୁ ବନବିଭାଗୀୟ ଅଧିକାରୀଙ୍କୁ ଦାବିକରୁଛନ୍ତି I

0
0
0
s2sdefault