ହେଡଲାଇନସ୍:

ବିଜେଡ଼ିକୁ ମୋଦିଙ୍କ ସାବାସୀ, କହିଲେ ବିଜେଡି ସର୍ବାଧିକ ଶୃଙ୍ଖଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜେଡି-ଏନସିପି ଠାରୁ ବହୁତ କିଛି ଶିଖିବାର ଅଛି : ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ (ସାପ୍ରବ୍ୟୁ):  ବିଜେଡ଼ିକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ସାବାସୀ | ଆଉ ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି  ପ୍ରଧାନମନ୍ତ୍ରୀ  ମନ୍ତ୍ରୀ ନରେନ୍ଦ୍ର ମୋଦି |  ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ | କହିଛନ୍ତି ଏ ଦୁଇ ଦଳଙ୍କ ଠାରୁ ବହୁତ କିଛି ଶିଖିବାକୁ  ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | ଆଉ ଏଇଟା କୌଣସି ଭାଷଣରେ ବାହାରେ ନୁହେ, ଅନ ରେକର୍ଡ ପ୍ରଶଂସା କରିଛନ୍ତି ଖୋଦ ସଂସଦ ଭିତରେ | 

ଆଜି ରାଜ୍ୟସଭାର ୨୫୦ ତମ ଅଧିବେଶନର ଅବସରରେ ଉଚ ସଦାଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ବିଜେଡି ଏନସିପିକୁ ଭୁୟସୀ ପ୍ରଶଂସା କରିଥିଲେ | ଏହି ଦଳ ଦୁଇ ସଂସଦୀୟ ପରମ୍ପରା, ନୀତି ନିୟମ ଓ ଅନୁଶାସନକୁ ଅତି ସୁନ୍ଦର ଢଙ୍ଗରେ ପାଳନ କରିଛନ୍ତି | ସେମାନେ କେବେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ନାହାନ୍ତି କି ଗୃହର ମଧ୍ୟ ଭାଗକୁ ଯାଇ ହୋହଲା କରିନାହାନ୍ତି | ସେମାନେ ସେମାନଙ୍କ ଯୁକ୍ତିକୁ ଗୃହରେ ସୁନ୍ଦର, ଗଠନମୂଳକ ଓ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିଛନ୍ତି | ବିଜେଡି ଓ ଏନସିପି ଅନୁସରଣ କରିଥିବା ନୀତିରୁ ଅନ୍ୟମାନଙ୍କ( ଅନ୍ୟ ଦଳ ମାନଙ୍କ)  ବହୁତ କିଛି ଶିକ୍ଷା କରିବାର ଅଛି | ମୁଁ ଏହି ଦୁଇ ଦଳଙ୍କୁ ପ୍ରଶଂସା ନକରି ରହିପାରୁନି ବୋଲି ରାଜ୍ୟସଭାରେ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ | ଆଉ ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହାଣ୍ଡଲରେ ମଧ୍ୟ ପୋଷ୍ଟ କରାଯାଇଛି | 

 

 

0
0
0
s2sdefault