ନରସିଂହ ମିଶ୍ର କ୍ଷମା ମାଗନ୍ତୁ : ଗୋଲକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ପ୍ରମାଣ ମାଗିବା ପ୍ରସଙ୍ଗ

ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର ଆସ୍ଥା କେନ୍ଦ୍ରକୁ ପ୍ରହାର କରିଛି କଂଗ୍ରେସ:ବିଜେପି 

ଭୁବନେଶ୍ୱର,(ଶାସକ ପ୍ରଶାସକ): ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ସାଙ୍ଗିଆକୁ ନେଇ ଯେଉଁ ପ୍ରଶ୍ନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଶ୍ରୀ ମିଶ୍ର ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । 

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୀ ମଠାଧିଶ ବୋଲି ବିଚରାଳୟରେ ମଧ୍ୟ ପୁର୍ବରୁ ପ୍ରମାଣିତ ହୋଇସାରିଛି । ତାଙ୍କ ସ୍ୱୀକୃତିକୁ ନେଇ ବର୍ତମାନ ପ୍ରଶ୍ନ ଉଠାଇବା ନରସିଂହବାବୁ ଜାଣିସୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ କରିଛନ୍ତି । ବୈଦିକ ଗଣିତ ଉପରେ ୫୦ରୁ ଅଧିକ ପୁସ୍ତକ ରଚନା କରିବା ସହ ବେଦ ସହିତ ଗଣିତକୁ ଯୋଡିବା ଭଳି ବିରଳ ବିଦ୍ୟାର ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଅଧିକାରି ଯାହା ସମସ୍ତେ ଜାଣନ୍ତି । ସାଢେ ୪ କୋଟି ଓଡିଆ ଲୋକମାନଙ୍କର ଆସ୍ଥାର ପ୍ରତିକ ତଥା ଆମ ସମସ୍ତଙ୍କର ମାର୍ଗଦର୍ଶକ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତି ଅପଶବ୍ଦ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହିନମନ୍ୟତାର ପରିଚୟ ଦେଇଛି । 

ନରସିଂହ ବାବୁ ଜାଣିସୁଣି ଜଗନ୍ନାଥ ସଂସ୍କୃତିକୁ ନିଚା ଦେଖାଇବାକୁ ଯାଇ ସାଢେ ୪ କୋଟି ଓଡିଆ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଓ ଭାବନାକୁ ଆଘାତ ଦେଇଛନ୍ତି । ନରିସଂହ ପୁର୍ବରୁ ଆଇନ ମନ୍ତ୍ରୀ ଥିବାବେଳେ ଜଗଦଗୁରୁଙ୍କ ପ୍ରତି ଏକ ବିବାଦିୟ ମନ୍ତ୍ୟବ ଦେଇଥିଲେ ଯାହାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ତେଣୁ ନରସିଂହ ବାବୁ ଅବିଳମ୍ବେ ଏଭଳି ମନ୍ତ୍ୟବ ପାଇଁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault