ହେଡଲାଇନସ୍:

ସପନ ଉଜାଡିଦେଲା ଚକଡା, ଔଷଧ ହେଲା ପ୍ରଭାବ ହୀନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚକଡା ପୋକ ପ୍ରହାରରେ ଧାନ ଫସଲ ନଷ୍ଟ

ଋଣଭାର ହଜେଇ ଦେଇଛି ଚାଷୀ ଆଖିରୁ ନିଦ

ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ଲାଞିମାର ଗ୍ରାମରେ ଚକଡା ପୋକ ପ୍ରଭାବରେ ୩୦ ରୁ ୪୦ ଏକର ଚାଷ ଜମି ଫସଲହିନ ହୋଇପଡିଛି । ସବୁବର୍ଷ ଭଳି ଏବର୍ଷ ମଧ୍ୟ ଧାନ ଚାଷ ଭଲ ହୋଇଥିଲା ଧାନକେଣ୍ଡାକୁ ଦେଖି କେତେ କଣ ସ୍ୱପ୍ନ ଦେଖିଥିଲେ ଚାଷୀ । କିନ୍ତୁ ହଠାତ ସବୁ କିଛି ନଷ୍ଟ ହୋଇଗଲା କେଣ୍ଡା କେଣ୍ଡା ଧାନ ଫସଲରେ ହସି ଉଠୁଥିବା ଚାଷଜମି ଫସଲହୀନ ହୋଇଗଲା । ଏକଥା ଅତି ଦୁଃଖ ର ସହିତ କହିଛନ୍ତି ଲାଞିମାରର ଜଣେ ଚାଷି ତେଜ କୁମାର ଦଣ୍ଡସେନା । ସେ ୬ ଏକର ୪୦ ଡିସମିଲ ଚାଷଜମିରେ ଧାନଫସଲ କରିଥିଲେ ଫସଲ ବି ସୁନ୍ଦର ହୋଇଥିଲା । ହଠାତ ଜମିରେ ଚକଡା ପୋକ ଲାଗି ଯାଇଥିବା ଜାଣି କୃଷି ବିଭାଗୀୟ କର୍ମଚାରୀଙ୍କ ସହିତ ପରାମର୍ଶ କରିଥିଲେ । ଭଲ ଔଷଧ ନ ଥିବାରୁ ପଡୋଶୀ ବରଗଡ ଜିଲ୍ଲାର ଭଟଲିରୁ ଔଷଧ ମଗାଇଥିଲେ । ବିଭାଗୀୟ କର୍ମଚାରୀuଙ୍କ ପରାମର୍ଶ ଅନୁଶାରେ ଔଷଧ ସିଞ୍ଚନ କରିଥିଲେ । ଥରେ ନୁହଁ ଚାରି ଚାରି ଥର ପ୍ରୟୋଗ ପରେ ମଧ୍ୟ ଔଷଧ କାଟୁ କରି ନ ଥିଲା । ପ୍ରାୟ ୫ ଏକର ରୁ ଅଧିକ ଫସଲ ଆଖି ଆଗରେ ନଷ୍ଟ ହୋଇଯାଇଥିଲା । ଛୁଆମାନେ ବାହାର ହଷ୍ଟେଲ ରହି ପାଠ ପଢୁଛନ୍ତି । ହଷ୍ଟେଲ ଖର୍ଚ୍ଚ ଘର ଖର୍ଚ୍ଚ ଋଣ ଭାର ଆଦି ସମସ୍ୟା ତାଙ୍କ ଆଖିରୁ ନିଦ ହଜାଇ ଦେଇଛି । ଏହି ପରି ଗ୍ରାମର ରିଖିରାମ ଦେବାଙ୍ଗନ, ଭରତଲାଲ ୟାଦବ, ପିହୁଲାଲ ୟାଦବ, ଗେନ୍ଦରାମ ୟାଦବ ଆଦି ଚାଷୀଙ୍କର ମଧ୍ୟ ବହୁତ କ୍ଷତି ହୋଇଛି । କ୍ଷୟକ୍ଷତିର ଆକଳନ କରି ଉଚିତ କ୍ଷତିପୂରଣ ଦେବା ପାଇଁ ସମସ୍ତେ ସରକାରଙ୍କ ଠାରେ ନିବେଦନ କରିଛନ୍ତି ।  

 

0
0
0
s2sdefault