ହେଡଲାଇନସ୍:

ନାଟକ ତୁଟିଲା, ମଞ୍ଚକୁ ଓହ୍ଲାଇବେ ଭୁବନେଶ୍ୱର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ ଧନୁଯାତ୍ରା କଳାକାର ଚୟନ ବିବାଦ 

ବରଗଡ଼/SPB: ସର୍ବବୃହତ ମୁକ୍ତ ରଂଗମଂଚ ବରଗଡ଼ ଧନୁଯାତ୍ରାର କଳାକାର ଚୟନକୁ ନେଇ ଚାଲିଥିବା ବାଟକର ଅନ୍ତ ଘଟିଛି |  ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରଗଡ଼ ଧନୁଯାତ୍ରା ପାଇଁ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ଆଉ ଚଳିତ ବର୍ଷ କଳାକାର ଚୟନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି  | ଏଭଳି ନିଷ୍ପତ୍ତି ପରିପ୍ରେକ୍ଷୀରେ କଂସ ଭୂମିକାରେ ସେଇ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବା ନିଶ୍ଚିତ ହୋଇଯାଇଛି | ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସମେତ ଏସପି ଅଧିକ୍ଷକ ପଦ୍ମିନୀ ସାହୁ, ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ବର ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କମିଟି ସଦସ୍ୟ ଉପସ୍ଥିତ ଥିଲେ। ଏଠାରେ ସ୍ମରଣ କରାଇ ଦେବାକୁ ଚାହୁଁଛୁ ଯେ ଚଳିତ ବର୍ଷ କଳାକାର ଚୟନ କରାଯିବ ପାଇଁ  ହେଉଥିବା ଉଦ୍ୟମକୁ ବିଭିନ୍ନ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା | ତିନି ବର୍ଷ ନପୂରୁଣୁ କଳାକାର ଚୟନ ନିୟମ ସମ୍ମତ ନୁହେ ଓ ଏହା କଳାକାରଙ୍କ ପ୍ରତି ଅପମାନ ବୋଲି ମତ ପ୍ରକାଶ ପାଇଥିଲା | ଖୋଦ ପଦ୍ମଶ୍ରୀ ହଳଧର ନାଗ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ | 

0
0
0
s2sdefault