ବିଶ୍ୱ ମଧୁମେହ ଦିବସରେ ସଚେତନତା କାର୍ଯକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଅସନ୍ତୁଳିତ ଖାଦ୍ୟପେୟ, ଚାପଗ୍ରସ୍ତ ଜୀବନ ଓ ଜୀବନଚର୍ଯ୍ୟା ଆଜି ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ । ଏହି ରୋଗରୁ ଦୁରେଇ ରହିବା ପାଇଁ କିମ୍ବା ଏହାକୁ ନିୟନ୍ତ୍ରଣ ରଖିବା ପାଇଁ  ରୋଗୀ ମାନେ କଣ କରିବା ଉଚିତ ଓ କଣ ନକରିବା ଉଚିତ ଏହି ବାବଦରେ ଆଜି ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ସଚେତନତା କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଏହି ମହାବିଦ୍ୟାଳୟର ଶେଷ ବର୍ଷରର ଛାତ୍ରଛାତ୍ରୀ ମାନେ ପ୍ରଥମେ ଏକ ସଚେତନତା ରେଳିରେ ପାଇକମାଲ ସହର ପରିକ୍ରମା କରିବା ପରେ ପାଇକମାଲ ଧର୍ମଶାଳା ଠାରେ ଏକ ସଭା କରିଥିଲେ । ଏହି ସଭାକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ , କମିଟିର ସଭ୍ୟ ଶ୍ରୀ ରାମ ରତନ ପୁରୋହିତ , ଶ୍ରୀ ବିନୋଦ କାଳିଆ ପ୍ରମୁଖ ଉଦଘାଟନ କରିଥିବା ବେଳେ , ମହାବିଦ୍ୟାଳୟ ର ପ୍ରଫେସର ଶ୍ରୀ ଜଗବନ୍ଧୁ ମିଶ୍ର , ଡା, ଜଗନ୍ନାଥ ନାଇଡୁ , ଡ଼ା, ଅଭିରାମ ଠାକୁର ପ୍ରମୁଖ ମଧୁମେହ ରୋଗ ଉପରେ ଆଲୋକପାତ କରିବା ସହିତ ଏହାର ପ୍ରତିକାର ବାବଦରେ କହିଥିଲେ । ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଂଚଳର ଅନେକ ଜନସାଧାରଣ ଯୋଗଦାନ କରିଥିଲେ ।

0
0
0
s2sdefault