ହେଡଲାଇନସ୍:

ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ : ଲ୍ୟାଣ୍ଡମାଇନ ଉଦ୍ଧାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ): ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତି ଅଂଚଳର ଆମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲୁଥିବା ଖବର ପାଇ ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ଏସଓଜି ଓ ଡିଭିଏଫ ଯବାନ ମାନେ ଜଙ୍ଗଲ ଆଡକୁ କୁମ୍ବିଂ ଅପରେସନରେ ବାହାରିଥିଲେ । ଯବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଏହି ମାଓ କ୍ୟାମ୍ପରେ ପ୍ରୟ ୧୦ ରୁ ୧୫ ଜଣ କ୍ୟାଡର ମାଓବାଦୀ ରହି ଥିବା ଅନୁମାନ କରାଯାଉଥିବା କହିଥିଲେ । ଯବାନ ମାନେ ମାଓ କ୍ୟାମ୍ପ ଠାବ କରି ସର୍ଚ-ଅପରେସନ କରିବା ସମୟରେ ସେଠାରେ ଏକ ଟିଫିନ ବାକ୍ସରେ ପ୍ରାୟ ୨ କେଜି ଓଜନର ଲ୍ୟାଣ୍ଡମାଇନ ଥିବା ଦେଖିବାକୁ ପାଇଥିଲେ ଓ ସେଠାରେ ବମ୍ ନିଷ୍କ୍ରିୟକାରୀ ଦଳ ଉକ୍ତ ଲ୍ୟାଣ୍ଡମାଇନକୁ ନଷ୍ଟକରିଥିବା କହିଥିଲେ । ଏଥି ସହ ସେଠାରେ ଯାବାନ ମାନେ ମାଓବାଦୀ ବ୍ୟବହାର କରୁଥିବା ନିତ୍ୟବ୍ୟବହାର୍ଯ୍ୟ ସମାଗ୍ରୀ ଗୁଡିକୁ ଜବତ କରିଥିଲେ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୦ ଗୋଟି ପଲିଥିନ ବ୍ୟାଗ, ୫ ଟି ପାଣି ବୋତଲ, ୫ ସେଟ ପୋଷାକ ପତ୍ର, ଏବଂ କଛି ଔଷଧ, ଚପଲ, ରାନ୍ଧା ପାଇଁ ରଖାଯାଇଥିବା ସାମଗ୍ରୀ ଓ ଆସବାବପତ୍ର ଘଟଣା ସ୍ଥାଳରୁ ଜବତ କରିଥିବା ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ ସୂଚନା ପ୍ରଦାନ କରିଥିଲେ ।  

 

0
0
0
s2sdefault