ହେଡଲାଇନସ୍:

ଜୟ ଓଡିଶା ପକ୍ଷରୁ ବସ୍ତି ଶିଶୁଙ୍କ ଗହଣରେ ନିଆରା ଶିଶୁ ଦିବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରାଜଧାନୀର ଜଣାଶୁଣା ସାମାଜିକ ତଥା ସ୍ବେଛାସେବୀ ସଂଗଠନ  "ଜୟ ଓଡ଼ିଶା" ପକ୍ଷରୁ ଆଜି ନିଆରା ଢଙ୍ଗରେ ବିଭିନ୍ନ ବସ୍ତି ଅଂଚଳରେ ପାଳିତ ହୋଇଯାଇଛି ଶିଶୁ ଦିବସ | ଅନୁଷ୍ଠାନର  କର୍ମକର୍ତ୍ତା ମାନେ ସହରର  ୭ଟି ବସ୍ତି ଅଞ୍ଚଳରେ ପହଞ୍ଚି ପାଖାପାଖି ୫୦୦ ଶିଶୁଙ୍କ ସହ ମିଶି ଶିଶୁ ଦିବସ ନିରୋଳା ମୁହୂର୍ତ୍ତକୁ ବିତାଇ ଥିଲେ | ଏହି ଅବସରରେ ପିଲାମାନଙ୍କ  ମନୋରଞ୍ଜନ ପାଇଁ ମ୍ୟାଜିକ ସୋ ପ୍ରଦର୍ଶନ କରାଯିବା ସହ ସେମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା  ଅନୁଷ୍ଠିତ କରାଇଥିଲେ | ପିଲାମାନଙ୍କ ଭିତରେ ବହି ଖାତା ଓ ପାଠ୍ୟ ଉପକରଣ ବଣ୍ଟନ କରିବା ସହିତ ସେମାନଙ୍କ ଦାନ୍ତ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଥିଲା | 

ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା  କାର୍ଯ୍ୟକ୍ରମରେ ଜୟ ଓଡ଼ିଶା କର୍ମକର୍ତ୍ତା ଙ୍କ ବ୍ୟତୀତ ଜୟ ଓଡ଼ିଶାର ପଥ ପ୍ରଦର୍ଶକ ପୂର୍ବତନ ପୋଲିସ କମଶନର ମୁମ୍ବାଇ ଅରୂପ ପଟନାୟକ , ପୂର୍ବତନ କର୍ପୋରେଟର  ପ୍ରୀତିନନ୍ଦା ରାଉତରାୟ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଜୟ ଓଡ଼ିଶା ସଭାପତି ଶ୍ରୀ ସାମନ୍ତରାୟଙ୍କ ଅନୁଯାୟୀ " ଏହି କୁନି କୁନି ଶିଶୁ ମାନେ ହେଉଛନ୍ତି ଦେଶ ର ଭବିଷ୍ୟତ । ଏହିମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢି ତୋଳିବା ନିମନ୍ତେ ଉତ୍ତମ ପଥ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ଆମ୍ଭର ଦାୟିତ୍ୱ ଅଟେ।"

0
0
0
s2sdefault