ହେଡଲାଇନସ୍:

ଦିଲ୍ଲୀରେ ଲାଗିଛି ଏବେ ଏୟାର ଏମରଜେନ୍ସି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିଲ୍ଲୀ : ମଣିଷଙ୍କ  ରହିବା ପାଇଁ ରାଜଧାନୀ  ଦିଲ୍ଲୀ ଓ ଏନସିଆର ଏବେ ଯନ୍ତ୍ରଣା ଦାୟକ ପାଲଟିଛି | ଶାନ୍ତିରେ ନିଶ୍ୱାସ ବି ଦୁର୍ଲଭ | ଦିଲ୍ଲୀ ପାଲଟିଛି ଗ୍ୟାସ ଚାମ୍ବର |  ଦୁଇଦିନ ପାଇଁ  ଦିଲ୍ଲୀରେ ଲାଗିଛି ଏବେ ଏୟାର ଏମରଜେନ୍ସି |୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆର ରେ ସ୍କୁଲ ବନ୍ଦ ! ପ୍ରଦୂଷଣ ସ୍ତର ଏମିତି ବଢି ଯାଇଛି ଯେ ଲୋକଙ୍କୁ ଘରୁ ବାହାରିବା ବି ଦୁର୍ବିସହ ହୋଇପଡିଛି | ଆଉ ପରିସ୍ଥିତି ଏମିତି ଯେ ଦୁଇଦିନ ପର୍ଯ୍ୟନ୍ତ କୌଣସି ନିସ୍ତାର ନାହିଁ | ଲୋକମାନେ ଏବେ ଭାବୁଛନ୍ତି ପ୍ରଶ୍ୱାସ ନେବା ପାଇଁ ଡରୁଛନ୍ତି, ନେବେ ତା କେଉଁଠି ନେବେ !!! ଏୟାର କ୍ୱାଲିଟି ଇଣ୍ଡେକ୍ସରେ ପ୍ରଦୂଷଣ ସ୍ତର ୫୦୦ ଡେଇଁ ସାରିଛି, ଯାହା କି ସୁରକ୍ଷିତ ସ୍ତର ଠାରୁ ୫ଗୁଣ | ତେଣୁ ପ୍ରଦୂଷଣରୁ ମୁକ୍ତି ପାଇବାକୁ ଏବେ ଦିଲ୍ଲୀ ଲୋକଙ୍କୁ ଅପେକ୍ଷା କରିବାକୁ ପଡିବ ୧୬ ନଭେମ୍ବର ଯାଏ ! 

0
0
0
s2sdefault