ହେଡଲାଇନସ୍:

ପଞ୍ଚମ ପାଳିର ପ୍ରଥମ ଅତିରିକ୍ତ : ପରିମାଣ  ୮୧୨୬.୩୨ କୋଟି ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୩ ହଜାର ୩୦୭ କୋଟି

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ,ଗୃହ ମୁଲତବୀ ଏବଂ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ସତ୍ତ୍ୱେ   ବୁଧବାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍‌ ଆଗତ ହୋଇଛି।  ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳି ସରକାରର  ୮୧୨୬.୩୨ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ବା  ବ୍ୟୟ ମଂଜୁରୀ ବିଲ ଆଗତ କରିଥିଲେ।

 ବୁଧବାର ଅଧିବେଶନର ପ୍ରଥମ ଦିନରେ ବେଶ ସରଗରମ ଥିଲା ବିଧାନସଭା। ରାଜ୍ୟରେ ବଢିଚାଲିଥିବା ନାରୀ ନିର୍ଯାତନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ପରିସ୍ଥିତି ଅସ୍ୱାଭାବିକ ହେବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  ଗୃହକୁ ମୁଲତବି ଘୋଷଣା କରିଥିଲେ। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିବା ପରେ  ପୁଣିଥରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ  ଏବଂ ଏହି ସମୟରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ  ୨୦୧୯-୨୦ ଆର୍ଥିକ ବର୍ଷ  ପାଇଁ ଅତିରିକ୍ତ ବଜେଟ ଆଗତ କରିଥିଲେ।

୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ମଧ୍ୟରୁ  ପ୍ରଶାସନିକ ବ୍ୟୟ ପାଇଁ ରହିଛି ୨୬୭.୨୩ କୋଟି ତାଙ୍କ ବ୍ୟୟ ବରାଦ ହୋଇଥିବା ବେଳେ  ପୂର୍ତ୍ତ ବିଭାଗକୁ ୧୭୫୧.୪୩ କୋଟି , ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୯୨୧.୦୯କୋଟି,  ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ୮୫୯.୦୨କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୯୦୨କୋଟି ଟଙ୍କା, ଶକ୍ତି ବିଭାଗକୁ ୮୫୧.୧୫କୋଟି ଟଙ୍କା ସର୍ବୋପରି  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୫୦୪.୧୯କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସଂସଦୀୟ ବ୍ୟାପାର ବିଭାଗ ପାଇଁ ୧.୭୫ କୋଟି ବ୍ୟୟ ବରାଦ ହୋଇଛି ,ସମବାୟ-୧୯୧.୦୩ କୋଟି, ମହିଳା ଓ ଶିଶୁ ବିକାଶ-୨୬୧.୨୫ କୋଟି, ପ୍ରଯୁକ୍ତି ବିଦ୍ୟା-୧୭.୦୧ କୋଟି, ଉଚ୍ଚଶିକ୍ଷା-୩୪.୫୩ କୋଟି, ଦକ୍ଷତା ବିକାଶ-୭୧.୫୭ କୋଟି, ବିପର୍ୟ୍ୟୟ ପ୍ରଶମନ ପାଇଁ ୬.୫୨ କୋଟି । ସେହିପରି ପର୍ୟ୍ୟଟନ ବିଭାଗ ପାଇଁ ୪୫.୫୩ କୋଟି, ଓଡ଼ିଆ ଭାଷା ଓ ସଂସ୍କୃତି- ୩.୦୭ କୋଟି, ସାମାଜିକ ସୁରକ୍ଷା-୫୦୪ କୋଟି ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ୪୯୧.୨୨ କୋଟିର ବ୍ୟୟ ବରାଦ  ହୋଇଛି । 

 ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୩ ହଜାର ୩୦୭ କୋଟି ଟଙ୍କା ରହିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।

0
0
0
s2sdefault