ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ୨୦୧୯ ଶିକ୍ଷା ବର୍ଷରେ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ-୨୦୧୯ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ  ବୈଠକର ଆଭିମୁଖ୍ୟ ତଥା ବିଗତ ବର୍ଷର ବିଜ୍ଞାନ ମେଳା ସମ୍ପର୍କିତ ବିବରଣୀ ଉପସ୍ଥାପନ କରାଇବା ପରେ ଚଳିତ ୨୦୧୯ ଶିକ୍ଷା ବର୍ଷର ବିଜ୍ଞାନ ପ୍ରଦର୍ଶନୀ ଆସନ୍ତା ଡ଼ିସେମ୍ବର ୧୩ରୁ ୧୪ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ  ହେବାର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ ହୋଇଥିଲା । ଏହା ପୂର୍ବରୁ ଗୋଷ୍ଠୀ ସ୍ତରୀୟ ବିଜ୍ଞାନ ପଦର୍ଶନୀ ଆୟୋଜନର ତାରିଖ ନିର୍ଣ୍ଣୟ କରି ନଭେମ୍ବର ୧୬ ମଧ୍ୟରେ ଜିଲ୍ଲାର ସମସ୍ତ ଗୋଷ୍ଠୀ  ଶିକ୍ଷା ଅଧିକାରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକଙ୍କୁ ରିପୋର୍ଟ  ପ୍ରଦାନ କରିବା ସହ ଗୋଷ୍ଠୀ ସ୍ତରୀୟ ପ୍ରଦର୍ଶନୀ ନଭେମ୍ବର ୩୦ ମଧ୍ୟରେ ଶେଷ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏଥି ସହିତ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ନୀରବଚ୍ଛିନ୍ନ କୃଷି ଅଭ୍ୟାସ, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ, ସମ୍ବଳର ସତବିନିଯୋଗ, ଶିଳ୍ପର ବିକାଶ, ଭବିଷ୍ୟତ ଯୋଗାଯୋଗ ଓ ପରିବହନ ଏବଂ ଶୈକ୍ଷିକ କ୍ରୀଡ଼ା ଓ ଗଣତାନ୍ତ୍ରିକ ନମୁନା ଆଦି ୬ଟି ଉପବିଷୟ ବସ୍ତୁ ଅନୁସାରେ ପ୍ରକଳ୍ପଗୁଡ଼ିକ ପ୍ରସ୍ତୁତ କରିବା ଦିଗରେ ଗୋଷ୍ଠୀ  ଶିକ୍ଷା ଅଧିକାରୀମାନେ ଗୁରୁତ୍ୱାରୋପ କରିବେ ଏବଂ ପ୍ରତ୍ୟେକ ଗୋଷ୍ଠୀ ସ୍ତରରୁ ୬ଟି ପ୍ରକଳ୍ପ ବିଭିନ୍ନ ଉପବିଷୟ ବସ୍ତୁରୁ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । 

           ଆଜିର ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ  ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ, ବିଜ୍ଞାନ ଶିକ୍ଷକ/ ଶିକ୍ଷୟତ୍ରୀମାନେ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ସମୟରେ ବିଜ୍ଞାନ ପ୍ରକଳ୍ପ ଉପରେ ବିଜ୍ଞାନ ଶିକ୍ଷକ ନଳିନ୍ କୁମାର ଚୌଧୁରୀ, ବସନ୍ତ କୁମାର ଦତ୍ତ, ଦିଲ୍ଲୀପ କୁମାର ମିଶ୍ର, ବିଜ୍ଞାନ ନିରୀକ୍ଷକ ବେଣୁଧର ଚାନ୍ଦ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମନମୋହନ ମୁର୍ମୁ, ରାଜେଶ ପ୍ରଧାନ, ପ୍ରକାଶ ମହାଳିକ ସବିଶେଷ ଆଲୋଚନା କରିଥିଲେ । ଶେଷରେ ଶିକ୍ଷକ ନୟନ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault