ବିଧାୟକ ଅନୁଦାନ ପାଣ୍ଠିରୁ କମ୍ୟୁନିଟି ହଲ୍ ପାଇଁ ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ପରିସରରେ ଆଜି ବିଧାୟକ ଅନୁଦାନ ପାଣ୍ଠିରେ ନିର୍ମାଣ ହେବାକୁ ଥିବା କମ୍ୟୁନିଟି ହଲ୍ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ସଭାପତି ଜି. ଭେଙ୍କେଟ୍ ରାବଣା ଅତିଥି ଭାବେ ଯୋଗ ଦେଇ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କମ୍ୟୁନିଟି ହଲ୍ ର  ଶୁଭ ଶିଳାନ୍ୟାସ ଦେଇଥିଲେ ।

     ପାରଳାଖେମୁଣ୍ଡି ପୌର-ପରିଷଦ ଅଧିନସ୍ତ ୧୪ ନ: ୱାର୍ଡର  ଭୋଇସାହିର ଯୁବ-ଗୋଷ୍ଠୀ ଦୀର୍ଘ ବର୍ଷ ଧରି ଏକ କମ୍ୟୁନିଟି ହଲ୍  ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବିଧାୟକ କେ .ନାରାୟଣ ରାଓ ଉକ୍ତ ଯୁବ-ଗୋଷ୍ଠୀଙ୍କୁ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ସମ୍ମତି ଦେଇଥିବା ପ୍ରକାରେ ଏହି ଶିଳାନ୍ୟାସ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କୁହା ଯାଇଛି । 

       ଅନ୍ୟମାନଙ୍କ ମଧ୍ୟରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରସଂସ୍ଥାର ପୂର୍ବତନ ଚେୟାରମେନ ପି. କ୍ରୀଷ୍ନା,  ଜିଲ୍ଲା ଭାଜପା ସମ୍ପାଦକ ଜଗନ୍ନାଥ ମହାପାତ୍ରଙ୍କ ସମେତ ବରିଷ୍ଠ କର୍ମୀ ଜମିଦାର ପଟ୍ଟନାୟକ ,  ମହିଳା-ମୋର୍ଚ୍ଚାର ନେତ୍ରୀ ଅରୁଣୀମା ସାହୁ , ଏବଂ ଭୋଇ ସାହିର ଯୁବ-ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault