ହେଡଲାଇନସ୍:

"୨୦୧୭-୧୮ ମସିହାରୁ ଚାଷୀଙ୍କର ସମୁଦାୟ ଆର୍ଥିକ କ୍ଷତିର କଳନା କରାଯାଇନାହିଁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ  ନିମନ୍ତେ ପ୍ରାୟତଃ ୨୩୪୪ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି  ।ବିରୋଧି ଦଳ ମୁଖ୍ୟସଚେତକ ତଥା ବିଧାୟକମୋହନ ଚରଣମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀସାହୁ ଏହି ସୂଚନା ଦେବା ସହ ଜମି ଚାଷକରିବା ନିମନ୍ତେ ହଳ, ଟ୍ରାକ୍ଟର, ପାୱାର ଟ୍ରିଲର ବ୍ୟବହାର, ଶ୍ରମିକ ନିୟୋଜନ ଇତ୍ୟାଦି, ବିହନ ଖତ ଓ ସାରର ବ୍ୟବହାର, କୀଟନାଶକ ଦ୍ରବ୍ୟର ବ୍ୟବହାର, ଜଳସେଚନ ବାବଦରେ ଖର୍ଚ୍ଚ, ବିନିଯୋଗ କରାଯାଉଥିବା ଅର୍ଥ ଉପରେ ସୁଧ, ଜମିର ବ୍ୟବହାର ବାବଦକୁ ଭଡାଏବଂ ଅମଳ ନିମନ୍ତେ ଖର୍ଚ୍ଚ ଇତ୍ୟାଦିକୁ ମିଶାଇଲେ ଚାଷୀର ଆୟ ତୁଳନାରେ ବ୍ୟୟ କେତେ ତାହାର ମଧ୍ୟ କଳନା କରାଯାଇନାହିଁ । ମନ୍ତ୍ରୀ କହିଛନ୍ତି ଯେ ଦାବୀ ମୁତାବକ ସର୍ବନିମ୍ନ ସହାୟକ ମୂଲ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ ହୋଇନଥିବା ଯୋଗୁ ୨୦୧୭ -୧୮ ଠାରୁ ଏଯାବତ ଛଶଶୀଙ୍କ  ଆର୍ଥିକ କ୍ଷତି କେତେ ହୋଇଛି ତାହା କଳନା କରାଯାଇନାହିଁ । ମାର୍ଚ୍ଚ ୨୫ ୨୦୧୭ ରାଜ୍ୟ ବିଧାନସଭାରେ ଧାନର କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟକରିବା ପାଇଁ ନିର୍ଦ୍ଧାରଣ କରାଯାଇଥିଲା । ଅର୍ଥାତ୍ ଧାନ ଚାଷରେ ଚାଷୀମାନଙ୍କର ଆୟବୃଦ୍ଧି ତଥା ଆର୍ଥିକ ଉନ୍ନତି ନିମନ୍ତେ କୁଇଣ୍ଟାଲ ପ୍ରତିଖର୍ଚ୍ଚକୁ ନଜରରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଅତିକମ ଖର୍ଚ  ତୁଳନାରେ ୨୫ ଶତକଡା ଅଧିକ ବୋଲି ମନ୍ତ୍ରୀ ଶ୍ରୀ ସାହୁ ବିଧାନସଭାରେ ସୂଚନା ଦେଇଛନ୍ତି । କିନ୍ତୁ ବିଧାନସଭାରେ ନିର୍ଦ୍ଧାରଣ କରାଯାଇଥିବା କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ନିର୍ଦ୍ଧାରଣ କରାଯାଇଥିଲେ ବି ତାହା ୨ ବର୍ଷ ପରେ ବି କାର୍ଯ୍ୟକାରୀ ହୋଇପାରିନାହିଁ ।ଏହାସହ ଚାଷୀଙ୍କର ସମୁଦାୟ ଆର୍ଥିକ କେତେ ହୋଇଛି ତାହା କଳନା କରିବାରେ ସରକାର ଏଯାଏଁ ପଦକ୍ଷେପ ନେଇପାରିନାହାନ୍ତି । ବିରୋଧି ଦଳ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ମାଝୀ ଦାବି ଜଣାଇଛନ୍ତି ଯେ ରାଜ୍ୟ ସରକାରଚାଷୀଙ୍କର ଧାନ ଉତ୍ପାଦନରେ ଖର୍ଚ୍ଚଏବଂକ୍ଷତିସଂପର୍କରେତୁରନ୍ତ ଅନୁଧ୍ୟାନ କରିବା ସହ କୃଷି ଓ କୃଷକ ସଶକ୍ତିକରଣ ଦିଗରେ ଯଥାର୍ଥ ପଦକ୍ଷେପ ନିଅନ୍ତୁ । ରାଜ୍ୟର ଚାଷ ଓ ଚାଷୀଉଭୟ ଅବହେଳାରେ । ସରକାର ମଧ୍ୟ ସ୍ୱୀକାର କରୁଛନ୍ତି କିନ୍ତୁ ସରକାରୀ ଭାବେ ଯେଭଳି ଚାଷୀଙ୍କୁ ସଶକ୍ତିକରଣ ଓ ଚାଷକୁ ଲାଭଦାୟକ କରିବା କଥା ତାହା କରିବା ଦିଗରେ ସରକାର ଦୃଷ୍ଟି ଦେଇନାହାନ୍ତି ଯାହା ସମୁଦାୟ ଆର୍ଥିକ  କ୍ଷତି କଳନା କରାଯାଇନଥିବା ମନ୍ତ୍ରୀଙ୍କ ଉତ୍ତରରୁ ସୂଚନା ମିଳିଛି ବୋଲି ଶ୍ରୀ ମାଝୀ କ୍ଷୋଭର ସହ କହିଛନ୍ତି ।

 

0
0
0
s2sdefault