ହେଡଲାଇନସ୍:

ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ ବୋଲି ବୁଧବାର ଦିନ ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବିରୋଧି ଦଳ ମୁଖ୍ୟସଚେତକ ତଥା ବିଧାୟକମୋହନ ଚରଣ ମାଝୀଙ୍କ ଖାଲି ପଡିଥିବା ଶିକ୍ଷକ ପଦବୀକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଏହି ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଅଧିନରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପ୍ରତିଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ହେଲେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ ହେବେ । ତେବେ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସମଗ୍ର ଶିକ୍ଷା ଅଧିନରେ ସମୁଦାୟ ୯୨୩୩୭ ଟି ଶିକ୍ଷକ / ଶିକ୍ଷା ସହାୟକ ପଦବୀ ଅନୁମୋଦିତ ହୋଇଛି । ତନ୍ମଧ୍ୟରୁ ଖାଲିଥିବା ୧୪୦୮୭ ଟି ପଦବୀ ପୂରଣ ପାଇଁ ୨୦୧୬-୧୭ ମସିହାରେ ବିଜ୍ଞାପନ ହୋଇପାରିନାହିଁ । ମନ୍ତ୍ରୀ ଗୃହରେ କହିଛନ୍ତି ଯେ ରାଜ୍ୟରେ ୪୦୦୦ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ୨୫୮୫, ଶିକ୍ଷକ ପଦବୀ ୪୪୫୨, ସଂସ୍କୃତଶିକ୍ଷକ ୧୦୬୯ ଓ ୧୮୧୨ ହିନ୍ଦୀଶିକ୍ଷକ ଓ ୧୧୬୫ ଶିକ୍ଷକ ପଦବୀ ଖାଲି ରହିଛି । ସେହିପରି ୨୦୮୬ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୪୩୦ ଟି ପ୍ରଧାନଶିକ୍ଷକ, ୧୯୩୦ ଟିଜି ଶିକ୍ଷକ, ୨୦୨ ଟି ସଂସ୍କୃତଶିକ୍ଷକ, ୨୧୨ ହିନ୍ଦୀ ଶିକ୍ଷକ ଓ ୧୧୯ ଟି ପି.ଇ.ଟିଶିକ୍ଷକ ପଦବୀ ଖାଲି ପଡିଛି । ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ଏତିକି ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡିଛି । ସରକାରୀସ୍କୁଲରେ ଖାଲିଥିଭା  ପ୍ରଧାନ ଶିକ୍ଷକ ପଦବୀ ମାନ୍ୟବର କୋର୍ଟଙ୍କର ରହିତାଦେଶ କାରଣରୁ ପଦୋନ୍ନତି ନହେବା ଯୋଗୁଁ ପଦବୀ ପୂରଣ ହୋଇପାରୁନାହିଁ । ସରକାରୀ ବିଦ୍ୟାଳୟର ଟ୍ରେଣ୍ଡ ଗ୍ରାଜୁଏଟ  ଶିକ୍ଷକ  ପଦବୀ ପୂରଣ ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ଚାଲିଛି । ହିନ୍ଦୀ, ସଂସ୍କୃତ ଓ କ୍ରୀଡା ପଦବୀ ବିବରଣୀ ଜିଲ୍ଲା ଗୁଡିକୁ ମଗାଯାଇଛି ।ସେହିପରି ବେସରକାରୀ ପଦବୀ ପୂରଣ ନିମନ୍ତେ ନିୟମସଂଶୋଧନ ସରକାରଙ୍କ ବିଚାରଧିନ ରହିଛି । ମନ୍ତ୍ରୀଙ୍କର ଏହି ଉତ୍ତର ସୂଚାଇ ଦେଇଛି ଯେ ରାଜ୍ୟରେକେବଳ ପ୍ରାଥମିକ, ଉଚ୍ଚ ପ୍ରାଥମିକ ନୁହେଁ ଉଚ୍ଚ ଏବଂ ଉଚ୍ଚ ମାଧ୍ୟମିକବିଦ୍ୟାଳୟରେ ମଧ୍ୟ ଶିକ୍ଷକ ପଦବୀଖାଲି ପଡିଛି ।ସରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଅଥଚ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ।କେଉଁ ଜିଲ୍ଲାରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି ତାହାର ବିବରଣୀ ମଧ୍ୟ ସରକାର ସଂଗ୍ରହ କରୁଛନ୍ତି । ଯାହା ଗୁଣାତ୍ମକ ତଥା ମୂଲ୍ୟବୋଧ ଭିତ୍ତିକଶିକ୍ଷା ପ୍ରଦାନ ଦିଗରେକେବଳ ଅନ୍ତରାୟ ନୁହେଁଏହା ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ସରକାରଙ୍କ ଇଚ୍ଛାଶକ୍ତିକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ବୋଲି ବିରୋଧି ଦଳ ମୁଖ୍ୟସଚେତକ ତଥା ବିଧାୟକଶ୍ରୀମାଝୀମତ ପ୍ରକାଶକରିବାସହସରକାରଖାଲି ପଡିଥିବାସମସ୍ତଶିକ୍ଷକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବାକୁ ଦାବୀଜଣାଇଛନ୍ତି ।

 

 

0
0
0
s2sdefault