ହେଡଲାଇନସ୍:

ବଦଳିଲେ ବଡ଼ସାହି ଥାନା ଅଧିକାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବିବାଦୀୟ ବଡ଼ସାହି ଥାନା ଅଧିକାରୀ ଶେଷରେ ବଦଳି ହେଲେ । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନିଦେ୍ର୍ଧଶ କ୍ରମେ ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ଏବଂ ଉକ୍ତ ଆଦେଶନାମାକୁ ତ୍ୱରିତ କାର୍ଯ୍ୟକାରୀ କରାଯିବାକୁ ଆଦେଶନାମାରେ ଉଲ୍ଲେଖ କରାଯାଇଛି । ସେହିପରି ଥାନା ମହିଳା ସବଇନ୍ସପେକ୍ଟର ମଞ୍ଜୁଲତା ଧଡ଼ା ଥାନା ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।  ଥାନା ଅଧିକାରୀ ଶ୍ରୀରାଉତରାୟଙ୍କୁ ଆଡ଼ମିନିଷ୍ଟେ୍ରଟିଭ ଗ୍ରାଉଣ୍ଡରେ ବଦଳି କରାଯାଇଥିବାର ଦର୍ଶାଯାଇଥିବା ସମୟରେ ଡିଆଇବିରୁ ବଡ଼ସାହି ଥାନାକୁ ଏହି ନିଦେ୍ର୍ଧଶନାମା ଜାରି କରାଯାଇଥିବାର ଜଣାପଡ଼ିଛି । 

0
0
0
s2sdefault