ହେଡଲାଇନସ୍:

ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ଜିଲ୍ଲା ସଂଯୋଜକ ମାନଙ୍କ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ର ଜିଲ୍ଲା ସଂଯୋଜକ ମାନଙ୍କ ଏକ ଜିଲ୍ଲା-ସ୍ତରୀୟ ବୈଠକ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଆଇଟି . ସେଲ ମୁଖ୍ୟ ସାଂସଦ ଡ: ଅମର ପଟ୍ଟନାୟକଙ୍କ ସମେତ ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ର ରାଜ୍ୟ ଆବାହକ ରବି ନାରାୟଣ ନନ୍ଦ ଏବଂ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ପ୍ରମୁଖ ମଞ୍ଚାସୀନ ରହିଥିଲେ ।  ଏହି ବୈଠକରେ ମୁଖ୍ୟତଃ ଜିଲ୍ଲା ମାନଙ୍କରେ ଲୁକ୍କାୟିତ ଥିବା କଳାକାର ପ୍ରତିଭାଧାରୀଙ୍କ ସ୍ଥିତି ଏବଂ ଏ ଦିଗରେ ନବ-ନିଯୁକ୍ତ ସଂଯୋଜକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଧର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଥିଲେ ।

ମୁଖ୍ୟତଃ ଗଜପତି ଜିଲ୍ଲାର ବିଭିନ୍ନ କୋଣ-ଅନୁକୋଣରେ ଲୁକ୍କାୟିତ ଥିବା କଳା ପ୍ରତିଭା ମାନଙ୍କୁ ଖୋଜି ଲୋକ-ଲୋଚନ କୁ ଆଣିବା ଏବଂ ସେମାନଙ୍କ ପରିବାରର ଉନ୍ନତି ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ଏହି କାର୍ଯ୍ୟକ୍ରମରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

ରାଜ୍ୟ କମିଟିର ଡ଼ଃ. ଜୀବନ କୁମାର ଦୀକ୍ଷିତ  ଗଜପତି ଜିଲ୍ଲା ଦାୟିତ୍ୱରେ ଥିବାବେଳେ ତନୁଜା ଭୁକ୍ତା ନିଯୁକ୍ତି ପାଇ ଜିଲ୍ଲା ସଂଯୋଜିକା ଅଛନ୍ତି ।   ଲୁକ୍କାୟିତ କଳାକାର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ସେମାନଙ୍କ କଳାକାର ଭତ୍ତା , ରେସନ କାର୍ଡ ଏବଂ ଆବଶ୍ୟକ ସ୍ଥଳେ ବିଜୁ କଲ୍ୟାଣ ଯୋଜନାରେ ପକ୍କା-ଘର ପ୍ରଭୃତି ଯୋଗାଇ ଦେବା ରାଜ୍ୟର ନବୀନ ସରକାରଙ୍କ ପ୍ରୟାସ ଜାରୀ ରହିଥିବା କୁହାଯାଇଛି ।

   ମିଳିଥିବା ସୂଚନା ପ୍ରକାରେ ଜଣାଯାଇଛି ଯେ , ଓଡିଶାରେ ମୋଟ ୩ ଲକ୍ଷ ୭୫ ହଜାର କଳାକାର ରହିଥିବାର ଚିହ୍ନଟ କରାଯାଇଥିବା ବେଳେ ଗଜପତି ଜିଲ୍ଲାରେ ଏହା ୨ ହଜାର ୫୫୦ କଳାକାର ଥିବାର ଚିହ୍ନଟ ହୋଇଥିବା ବେଳେ ଆହୁରି ଅନେକ ଗ୍ରାମରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରାଯିବ ।  ସମଗ୍ର ଗଜପତି ଜିଲ୍ଲାର ୭ଟି ବ୍ଲକ ଓ ୧୪୯ ଟି ପଞ୍ଚାୟତରେ ଲୁକ୍କାୟିତ ଥିବା କଳା ପ୍ରତିଭା ମାନଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଆସନ୍ତା ମାସ ୧୧ ତାରିଖ ସୁଦ୍ଧା ସମ୍ପନ୍ନ କରି ସମ୍ପୂର୍ଣ୍ଣ ତାଲିକା ରିପୋର୍ଟ ଦେବାପାଇଁ ରାଜ୍ୟ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି ।

ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ସାମ୍ମୁଖ୍ୟର ସଂଯୋଜକ ମାନଙ୍କ ଦ୍ୱାରା ଏହି ଲୁକ୍କାୟିତ ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ ହେବ ଏବଂ ଏଥିପାଇଁ ସମ୍ପୃକ୍ତ ସଂଯୋଜକ ମାନେ ଚିହ୍ନଟ କରି ସେମାନଙ୍କୁ କଳାକାର ଭତ୍ତା ଓ ଅନ୍ୟାନ୍ୟ ସବୁ ସୁବିଧା ପାଇଁ କିଭଳି ଭାବେ ଆବେଦନ କରିବାକୁ ହେବ , ସେ ସମ୍ପର୍କରେ ମଧ୍ୟ ସେମାନଙ୍କୁ ବୁଝାଇବେ ବୋଲି ସାମ୍ମୁଖ୍ୟର ଜିଲ୍ଲା ସଂଯୋଜିକା ତନୁଜା ଭୁକ୍ତା କହିଛନ୍ତି ।

0
0
0
s2sdefault