ବାରେଡି ଯାତ୍ରା:ଦୂତିକେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡିଶାର ଅନ୍ୟତମ ଶୈବପିଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଶୁଳିଆ ଶୁଳପାଣୀ ବାବା ଦୁତୀକେଶ୍ୱରଙ୍କୁ ଆଜି ରାସପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଥିଲେ । ୧୨ମାସରେ ୧୩ଯାତ୍ରା ଭଳି ଏଠାରେ ଯେଉଁ କେତୋଟିଯାତ୍ରା ଗୁରୁତ୍ୱ ବହନ କରିଥାଏ ସେ ଭିତରୁ ବାରେଡି ଯାତ୍ରା ଅନ୍ୟତମ କାର୍ତିକ ପୂର୍ଣ୍ଣମୀ ଏବଂ ତା ପରଦିନ ଛାଡଖାଇ ଏହି ଦୁଇଦିନ ଏଠାରେ ଯାତ୍ରା ଅନୁଷ୍ଠିତ  ହୋଇଥାଏ । କାର୍ତିକ ବ୍ରତ ଧାରୀମାନେ ଛାଡଖାଇଦିନ ପୂଜାବିଧି ସମାପ୍ତ କଲାପରେ ଶିବଦର୍ଶନ କରି ବ୍ରତ ଉଜାଇଁ ଥାନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଂଚଳ ଏକ କୃଷିପ୍ରଧାନ ଅଂଚଳ ହୋଇଥିବାରୁ ଧାନ ଅମଳ ପାଇଁ ଏହି ଯାତ୍ରାରୁ ଦା, ଗୈାଉଣୀ, କୁଲା ଚାହ ସରଞ୍ଜାମ ଏବଂ ମାର୍ଗଶିର ମାସ ଗୁରବାର ପାଇଁ  ବିଭିନ୍ନ ସାମଗ୍ରି କିଣିଥାନ୍ତି  । ଛାଡଖାଇ ଦିନ ବହୁ ପ୍ରକାରର ଶୁଖୁଆ ସହିତ ଛାଡଖାଇପାଇଁ  ବିଭିନ୍ନ ପରିବା ଏଠାରେ ବହୁଳ ଭାବରେ ବିକ୍ରିହୁଏ । ଏଥିପାଇଁ ଏହି ଯାତ୍ରାରେ ବହୁତ ଗହଳି ଦେଖିବାକୁ ମିଳେ । ଆଜିଯାତ୍ରାରେ ପ୍ରାୟ ୨୨ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିବା ଜଣାଯାଏ । ଏହି ଜନଗହଳି ଓ ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କିଛିସମୟ ନାକେଦମ ହେବାକୁ ପଡିଥିଲା । ଆଜିର ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ବହୁ ସଂଖ୍ୟାରେ ପୋଲିସ ସହିତ ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଏନଏସଏସ  ଏବଂ ରଘୁନାଥ ବିଦ୍ୟାପିଠର ଏନସିସି ଟ୍ରୁପ  ସହାୟତାପାଇଁ ମୁତୟନ ହୋଇଥିବା ଆଇଆଇସି ମମତା ପତି କହିଥିଲେ । ଟ୍ରଷ୍ଟି ଗୋଦାବରୀ ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୁପେ ଚାଲିଥିବା ସହିତ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ  ଭକ୍ତ ମାନଙ୍କ ସେବନ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

0
0
0
s2sdefault