ହେଡଲାଇନସ୍:

ପୁଣ୍ୟ  ଅର୍ଜନ ପାଇଁ ପୂର୍ଣ୍ଣମୀରେ ରାମସାଗରରେ ବୋଇତ ଭସାଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଉତ୍କଳୀୟ  ନୈାବାଣିଜ୍ୟ ପରମ୍ପରାକୁ ମନେପକାଇ କାର୍ତିକ ମାସର ଶେଷଦିନ ପଂଚୁକରେ ବିଭିନ୍ନ ନଦୀ ଏବଂ ପୁଷ୍କରିଣୀ  ମାନଙ୍କରେ ସାଧାରଣତଃ କଦଳି ପଟୁକାରେ ପାନ, ଗୁଆ, ଫୁଲ, ଦୀପ ଥୋଇ ବନ୍ଦାପନା କରି ଆ କା ମା ବୈ- ପାନଗୁଆ ଥୋଇ-ପାନଗୁଆ ତୋର- ମାସକ ଧରମ ମୋର କହିି ପାଣିରେ ଭସାଇଥାନ୍ତି । ଏହି ଅବସରରେ ଓଡଗାଁ ସ୍ଥିତ ରାମସାଗରରେ ମଧ୍ୟ ବଡିଭୋରରୁ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । କଦଳି ପଟୁକାର ଡଙ୍ଗାରେ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକର ସଜା ଯାଇଥିବା ଦୃଶ୍ୟ ଦେଖି ଉପସ୍ଥିତ ପିଲାମାନଙ୍କୁ ବେଶ ଆକର୍ଷିତ ହୋଇଥିଲେ । ବିଭିନ୍ନ ସଙ୍କିର୍ତନ ଦଳଙ୍କ କିର୍ତନ ପରିବେଷଣ ସାରା ପରିବେଶକୁ ଆଧ୍ୟାତ୍ମିକମୟ କରିଦେଉଥିଲା । ଆଜିର ଏହି ପବିତ୍ର ଦିବସରେ ଏହି ବ୍ଲକ ଅନ୍ତର୍ଗତ ଗୋଡିପଡା ଓ ଜାଗିରି ଖଇରପଟୀ ତୈଳିକ ବୈଶ୍ୟ ସମାଜ ଏବଂ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ  ଦ୍ୱାରା ବୋଇତ ବନ୍ଦାଭ ଉତ୍ସବକୁ ମହାସମାରୋହରେ ପାଳନ କରିଥିଲେ । 

0
0
0
s2sdefault